ରାଉରକେଲା:31//12,(ଉତ୍କଳ ସମାଚାର) ସାମାଜିକ ଅନୁଷ୍ଠାନ ଅନ୍ବେଷା ତରଫରୁ ୧୨୦ତମ ମାସିକିଆ ମାଗଣା ହାଟ ସେକ୍ଟର ୨ ଖରିଆବାହାଲ ସାନ୍ତାଳୀ ବସ୍ତି ଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଅନ୍ବେଷା ର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ଵ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇଂ ଗୋପୀନାଥ ପଟ୍ଟନାୟକ,ଗ୍ରେସୀ ଡେଭିଡ, ସସ୍ମିତା ପ୍ରଧାନ, ମାନସୀ ଦାସ ମହାପାତ୍ର, ଚାନ୍ଦୁ କିସକୋ, ବାସନ୍ତୀ ମାରାଣ୍ଡି ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଏଭଳି କାର୍ଯ୍ୟକ୍ରମ ଆଗକୁ ବଜାୟ ରଖିବା ସହ ବସ୍ତି ର ଭଲମନ୍ଦ କାର୍ଯ୍ୟ ରେ ସହାୟତାର ହାତ ବଢ଼ାଇବାକୁ ମତ ରଖିଥିଲେ। ଏହି ଅବସରରେ ପ୍ରାୟ ୫୦ ଜଣଙ୍କୁ ନୂତନ କମ୍ବଳ, ଶାଢ଼ୀ, ଅନ୍ୟାନ୍ୟ ପୋଷାକ ପତ୍ର ଓ ଘରକରଣା ସାମଗ୍ରୀ ନିଃଶୁଳ୍କ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ମନୋଜ କୁମାର ଦାସ, ସାଇଲକ୍ଷ୍ମୀ ବେହେରା, ଅନ୍ବେଷା ପଣ୍ଡା, ରଞ୍ଜନ କୁମାର ସାହୁ, ଧନଲକ୍ଷ୍ମୀ ବେହେରା,ପୁରବୀ ଦାସ, କୁଞ୍ଜବିହାରୀ ରାଉତ,ହୀରା ମାରାଣ୍ଡି ପ୍ରମୁଖ ସହଯୋଗ କରିଥିଲେ।

