Uncategorized

ଆରଜିଏଚକୁ ମେଡିକାଲ କଲେଜ ସହିତ ପିଜି ପାଠ୍ୟକ୍ରମ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା

ରାଉରକେଲା:14//9,(ଉତ୍କଳ ସମାଚାର):, ଓଡିଶାର ଦ୍ବିତୀୟ ସ୍ମାର୍ଟ ସିଟିର ରାଉରକେଲା ସରକାରୀ ଡାକ୍ତରଖାନାରେ ବର୍ତ୍ତମାନ ଆବଶ୍ୟକ ସଂଖ୍ୟକ ଡ଼ାକ୍ତର, ନର୍ସଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀଙ୍କ ଅଭାବ ଥିବା ଯୋଗୁଁ ଡାକ୍ତରଖାନାକୁ ଆସୁଥିବା ରୋଗୀମାନଙ୍କୁ ସେମାନଙ୍କର ଆବଶ୍ୟକ ଅନୁସାରେ ଚିକିତ୍ସା ମିଳିପାରୁନଥିବା ଅଭିଯୋଗ ସବୁବେଳେ ହୋଇଆସୁଛି । ଏ ସମ୍ବନ୍ଧରେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ବିଭିନ୍ନ ସମୟରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗଙ୍କ ସହ ସାକ୍ଷାତ କରି ଆଲୋଚନା କରିଛନ୍ତି । ସମସ୍ୟାର ସମାଧାନ ନିମନ୍ତେ କେବଳ ଡାକ୍ତର କିମ୍ବା ଅନ୍ୟ ଷ୍ଟାଫ୍ ନିଯୁକ୍ତ କରିଦେଲେ ଚଳିବ ନାହିଁ, ଏହାର ଭିତ୍ତିଭୂମି ବିକାଶ କରିବାର ଆବଶ୍ୟକତା ଉପରେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଆଲୋଚନା ବେଳେ ମନ୍ତ୍ରୀଙ୍କ ସମ୍ମୁଖରେ ନିଜ କଥା ରଖିଥିଲେ । ଇତିମଧ୍ୟରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭିତ୍ତିଭୂମିର ବିକାଶ ସହିତ ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି ।ତେବେ ଦିଲ୍ଲୀ ଗସ୍ତରେ ଥିବା ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ତନ୍ତୀ ଓଡିଶା ଭବନରେ ଦିଲ୍ଲୀ ଗସ୍ତରେ ଥିବା ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମୁକେଶ ମହଲିଙ୍ଗଙ୍କୁ ସାକ୍ଷାତ କରି ରାଉରକେଲା ସରକାରୀ ଡାକ୍ତରଖାନାର ସର୍ବାଙ୍ଗୀନ ବିକାଶ ନିମନ୍ତେ ବିସ୍ତୃତ ଚର୍ଚ୍ଚା କଲାବେଳେ ଏଠି ମେଡ଼ିକାଲ କଲେଜ ସହ ପିଜି ପାଠ୍ୟକ୍ରମ ଆରମ୍ଭ କରିବା ନିମନ୍ତେ ବିଧାୟକ ଦୁର୍ଗା ଚରଣ ତନ୍ତୀ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମୁକେଶ ମହାଳିଙ୍ଗଙ୍କ ନିକଟରେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *