ରାଉରକେଲା ପ୍ଲାଣ୍ଟସାଇଟ୍ ପୋଲିସ୍ ପକ୍ଷରୁ ୮୦୦ ଗ୍ରାମ ଚୋରା ଗଞ୍ଜେଇ ସହ ଜଣେ ଗିରଫ୍
ରାଉରକେଲା:14//9,(ଉତ୍କଳ ସମାଚାର):, ଆଜି ପ୍ଲାଣ୍ଟସାଇଟ୍ ଥାନାର ଏସ୍ଆଇ ସେବତୀ ସିଂହ ଅନ୍ଯାନ୍ଯ ପୋଲିସ୍ କର୍ମଚାରୀଙ୍କ ସହିତ ପ୍ଲାଣ୍ଟସାଇଟ୍ ଥାନା ଅଞ୍ଚଳରେ ଦିନ ପାଟ୍ରୋଲିଂ କରୁଥିବା ସମୟରେ ବିଶ୍ୱସ୍ତ ସୂଚନା ପାଇ ରାଉରକେଲାର ମହତାବ ରୋଡ୍ର ଇଦଗାହ ଗ୍ରାଉଣ୍ଡ ନିକଟରେ ଏକ NDPS ମାମଲା ଚିହ୍ନଟ କରିଥିଲେ। ଘଟଣାର ଅଭିଯୁକ୍ତ ପ୍ଲାଣ୍ଟସାଇଟ ଇଦଗାହର ମମତା ଦୁବେ (୪୮) ସାଧାରଣ ଲୋକଙ୍କୁ ବିକ୍ରୟ କରିବା ପାଇଁ କୌଣସି ଲାଇସେନ୍ସ ନଥାଇ ବେଆଇନ ଭାବରେ ୮୦୦ ଗ୍ରାମ ଚୋରା ଗଞ୍ଜେଇ ଚାଲାଣ କରୁଥିଲେ। ଏହି ଘଟଣାର ଅଭିଯୁକ୍ତ ମମତା ଦୁବେ (୪୮ ବର୍ଷ)ଙ୍କୁ ଏନଡିପିଏସ୍ ଧାରା 20(b)(ii)Aରେ ପ୍ଲାଣ୍ଟସାଇଟ୍ ଥାନା କେସ୍ ନମ୍ବର ୭୦୦ ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
