Uncategorized

ନବରଙ୍ଗପୁରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୫

ନବରଙ୍ଗପୁର:14//9,(ଉତ୍କଳ ସମାଚାର),ସେପ୍ଟେମ୍ବର (ନରସିଂ ବାଘ):ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଆଜି ଜିଲ୍ଲା କୋର୍ଟ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୫ ଅନୁଷ୍ଠିତ ହେଲା। ଜିଲ୍ଲା ଦୌରାଜର୍ଜ ଓ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ମହାନ୍ତିଙ୍କ ନିର୍ଦ୍ଧେଶରେ ଆୟୋଜିତ ଏହି ଅଦାଲତରେ ବିଭିନ୍ନ ମାମଲାର ସମାଧାନ ହୋଇଛି।ମୋଟର ଦୁର୍ଘଟଣା ସମ୍ବନ୍ଧୀୟ ୮ଟି କେସରେ ଫଇସଲା ହୋଇ ଟଙ୍କା 1,38,49,620 କ୍ଷତିପୂରଣ ଆଦାୟ କରାଗଲା। ପରିବାର ବିଚାର ବିଭାଗୀୟ ଜର୍ଜ ଲିଲିପ୍ତା ପସାୟତ 16ଟି ପାରିବାରିକ ବିବାଦର ସମାଧାନ କରିଥିଲେ, ଯେଉଁଥିରୁ 2ଟି ଦୀର୍ଘଦିନର ବିବାଦରେ ଦମ୍ପତିଙ୍କ ମଧ୍ୟରେ ଆପୋଷ ମିଳିଥିଲା।ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ସୀମା ତ୍ରିପାଠୀ ୪ଟି N.I. Act କେସର ସମାଧାନ କରିଥିଲେ। ବରିଷ୍ଟ ଦେବାନୀ ଜର୍ଜ ମୋନିତା ତ୍ରିପାଠୀ ୩ଟି ବ୍ୟାଙ୍କ ଋଣଦେୟ ବିବାଦରେ ଫଇସଲା କରି ଟଙ୍କା 2,40,000 ଆଦାୟ କରାଇଥିଲେ।ଭାରପ୍ରାପ୍ତ ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଅଙ୍କିତା ପାଣିଗ୍ରାହୀ 669ଟି ଫୌଜଦାରୀ ମକଦ୍ଦମା ସମାଧାନ କରିଥିଲେ। ସମୁଦାୟରେ 702ଟି କୋର୍ଟ କେସ ଓ 16,401ଟି ରାଜସ୍ୱ କେସର ଫଇସଲା ହୋଇ ଟଙ୍କା 6,12,430 ରାଜସ୍ୱ ଆଦାୟ କରାଗଲା।ତଥା 22ଟି ବ୍ୟାଙ୍କର ପ୍ରାକ-ମକଦ୍ଦମାରେ ଟଙ୍କା 5,79,784 ଓ 187ଟି TPSODL ପ୍ରାକ-ମକଦ୍ଦମାରେ ଟଙ୍କା 15,86,651 ବିଦ୍ୟୁତ ଦେୟ ଆଦାୟ କରାଗଲା।ଏହି ଅବସରରେ ଅତିରିକ୍ତ ଜିଲ୍ଲା ଜର୍ଜ ବିଷ୍ଣୁ ପ୍ରସାଦ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ସାଇ ଅଭିସ୍ପା ଗୋଛାୟତଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ପରିଚାଳନା ହେଲା। କୋର୍ଟର ଆଇନଜୀବୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *