ଏସିଅ କରାଟେ ଫେଡେରେସନ ର ଜଜ – ‘ଏ’ ଯୋଗ୍ୟତା ଅର୍ଜନ କଲେ ରାଜୀବ ସିଂ
ରାଉରକେଲା:14//9,(ଉତ୍କଳ ସମାଚାର):ଏସିଆନ କରାଟେ ଫେଡେରେସନ (ଏ. କେ.ଏଫ) ଓ ଚୀନ କରାଟେ ସଂଘ ର ପକ୍ଷରୁ ଚାଇନାର ଶାଓଗୁନ ସହର ଠାରେ ଚଳିତ ମାସ ୫ ରୁ ୭ ରିଖ ପର୍ଯନ୍ତ ୨୩ତମ ଏସିଆନ କ୍ୟାଡେଟ, ଜୁନିଅର ଓ ୨୧ ବର୍ଷରୁ କମ ବୟସ ବର୍ଗ ର ଏସିଆନ କରାଟେ ଚାମ୍ପିୟନସିପ-୨O୨୫ ଆୟୋଜିତ ହୋଇଥିଲା l ଏହି ଅବସରରେ (ଏ.କେ.ଏଫ ) ପକ୍ଷରୁ ରେଫରୀ ଓ ଜଜ ମାନଙ୍କର ଅପଗ୍ରେଡେସନ ପରୀକ୍ଷା ଆୟୋଜିତ ହୋଇଥିଲା l ଏହି ପରୀକ୍ଷାରେ ଏସିଆ ମହାଦେଶର ବିଭିନ୍ନ ଦେଶର ପ୍ରାୟ ୨୫O ବରିଷ୍ଠ କରାଟେ ଅଫିସିଆଲ ମାନେ ଅଂଶଗ୍ରହଣ କରିଥିଲେ lଓଡିଶା ରାଜ୍ୟ କରାଟେ ଆସୋସିଏସନ (ଓସ୍କା) ଓ କରାଟେ ଇଣ୍ଡିଆ ଅର୍ଗାନାଇଜେସନ (କିଓ) ଦ୍ୱାରା ମନୋନୀତ ହୋଇ ରାଉରକେଲା ର ରାଜୀବ କୁମାର ସିଂହ, ୭ମ ଡାନ ବ୍ଲାକବେଲ୍ଟ ଏହି ପରୀକ୍ଷାରେ ଅଂଶଗ୍ରହଣ କରି ସଫଳତାର ସହ କୃତକାର୍ଯ୍ୟ ହୋଇ ଏସିଅ କରାଟେ ଜଜ଼ -‘ଏ ‘ ର ଯୋଗ୍ୟତା ହାସଲ କରିବାସହ ସେଠାରେ ଆୟୋଜିତ ଚାମ୍ପିୟନସିପ ରେ ଅଫିସିଆଲ ଦାଇତ୍ୱ ତୁଲାଇଥିଲେ l ଏହାପୂର୍ବରୁ ୨O୨୨ ମସିହାରେ ଉଜ଼ବେଗିସ୍ଥାନ ଠାରେ ରାଜୀବ ଏସିୟ ଜଜ-‘ଵି’ ର ଯୋଗ୍ୟତା ଅର୍ଜନ କରିଥିଲେ lଏହି ନୂତନ ଯୋଗ୍ୟତା କରାଟେ କ୍ରୀଡାର ବିକାଶ ପାଇଁ ତାଙ୍କୁ ଅଧିକ ସହାୟକ ବୋଲି କହିବା ସହ ରାଜ୍ୟରେ କରାଟେ କ୍ରୀଡାର ଉନ୍ନତି ପାଇଁ ନିଜକୁ ସର୍ବଦା ନିୟୋଜିତ କରିବେ ବୋଲି ରାଜୀବ କହିଛନ୍ତି ଏହି ସଫଳତା ପାଇଁ (କିଓ) ର ସଭାପତି ହାଂଶୀ ଭରତ ଶର୍ମା, ସମ୍ପାଦକ ସେନସେଇ ସଂଜୀବ ଜାଙ୍ଗରା, (ଓସ୍କା)ର ସଭାପତି ହାଂଶୀ ଡ଼. ହରିପ୍ରସାଦ ପଟ୍ଟନାୟକ, ସମ୍ପାଦିକା ଡ଼. ଗୌରୀ ମହାନ୍ତି, ରାଉରକେଲା କରାଟେ ଆସୋସିଏସନ ର ସଭାପତି ତଥା ବିଧାୟକ ଶ୍ରୀ ସାରଦା ପ୍ରସାଦ ନାୟକ, ବାସନ୍ତୀ ସଂସ୍କୃତିକ ପରିଷଦ, ସହର ସେବା ସମିତି, ଚନ୍ଦ୍ରଶେଖର କ୍ରୀଡାସଂଘ ର କର୍ମକର୍ତା ମାନେ ରାଜୀବ ଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି l
