ଏଆଇସିସି ପର୍ଯ୍ୟବେକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ସମ୍ବଲପୁର,୧୫/୦୯(ଉତ୍କଳ ସମାଚାର),(ସରୋଜ ସାହୁ):ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ପର୍ଯ୍ୟବେକ୍ଷକ ତଥା ରାଜସ୍ଥାନ ର ପୂର୍ବତନ ବିଧାୟକ ଇନ୍ଦ୍ରଜ୍ ସିଂ ଗୁରଜର ଙ୍କୁ ରବିବାର ଝାରସୁଗୁଡା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା I”ସଂଗଠନ ସୃଜନ ଅଭିଯାନ” ମାଧ୍ୟମ ରେ ସମ୍ବଲପୁର ଜ଼ିଲ୍ଲା କଂଗ୍ରେସ କମିଟି (ଡିସିସି) ସଭାପତି ଚୟନ ନେଇ ପର୍ଯ୍ୟବେକ୍ଷକ ଶ୍ରୀ ଗୁରଜର ଗତ ୭ ଦିନ ବ୍ୟାପୀ ସମ୍ବଲପୁର ଜ଼ିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀ ରେଢ଼ାଖୋଲ, କୁଚିଣ୍ଡା, ରେଙ୍ଗାଲି , ସମ୍ବଲପୁର ଗସ୍ତ କରି ଜିଲ୍ଲା ସଭାପତି ଚୟନ ପାଇଁ କର୍ମୀ କର୍ମକର୍ତ୍ତାଙ୍କ ମତ ସଂଗ୍ରହ କରିଥିଲେI ରବିବାର ସେ ରାଜଧାନୀ ଦିଲ୍ଲୀ ଫେରି ଯାଇଥିଲେ। ଝାରସୁଗୁଡ଼ା ବିମାନ ବନ୍ଦରରେ ଡିସିସି ଜ଼ିଲ୍ଲା ସଂଯୋଜକ ଶ୍ରୀ ଦୁର୍ଗା ପାଢ଼ୀ ସମେତ ଅନେକ କର୍ମକର୍ତ୍ତା ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ। ଶ୍ରୀ ଅଜୟ ସାଇନି, ପିସିସି ସଭ୍ୟ ଶ୍ରୀ ଚନ୍ଦ୍ର ପୁରୋହିତ, ପିସିସି ପର୍ଯ୍ୟବେକ୍ଷକ ସହଯୋଗୀ ଶ୍ରୀ ମନୋହର ପ୍ରଧାନ, ପିସିସି ସଭ୍ୟା ସୁରଞ୍ଜିନି ବାରିକ, ଓବିସି ଜ଼ିଲ୍ଲା ସଭାପତି ଶିବବ୍ରତ ପ୍ରଧାନ, ପିସିସି(ରାଜ୍ୟ କୃଷକ ସେଲ) ସାଧାରଣ ସମ୍ପାଦକ ଗୋବିନ୍ଦ ମିଶ୍ର, ଜ଼ିଲ୍ଲା ମହିଳା କଂଗ୍ରେସ ପୂର୍ବତନ ସଭାନେତ୍ରୀ ସୁତପା ମିତ୍ର, ଡିସିସି ପୂର୍ବତନ ସାଧାରଣ ସମ୍ପାଦକ ରାଜେଶ ମିଶ୍ର, ଓବିସି ରାଜ୍ୟ ସାଧାରଣ ସମ୍ପାଦକ କାଲୁ ସ୍ୱାଇଁ, କୃଷକ ନେତା ଲଷ୍ମୀ ପ୍ରଧାନ, କବିତା ପଟ୍ଟନାୟକ, ସଂଖ୍ୟା ଲଘୁ ସେଲ ର ବାବୁ ଖାନ, ଏମ୍ ଡି ସଲିମ ପ୍ରମୁଖ ଉପସ୍ଥିତ ଥିଲେ I ଏହି ଅବସରରେ ଜ଼ିଲ୍ଲା ରେ”ସଂଗଠନ ସୃଜନ ଅଭିଯାନ” କୁ ସଫଳ ଏବଂ ପରିପୂର୍ଣ କରିବା ପାଇଁ ଶ୍ରୀ ଗୁରଜର ଙ୍କ ନିରପେକ୍ଷ ଭୂମିକା ସଂପର୍କରେ ଆଲୋକପାତ କରାଯାଇଥିଲା I ଜ଼ିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସଂଯୋଜକ ଦୁର୍ଗା ପାଢ଼ୀ ଶ୍ରୀ ଗୁରଜରଙ୍କୁ ମା’ ସମଲେଶ୍ୱରୀ ଙ୍କ ଫଟୋ ଚିତ୍ର, ଭାଗବତ ଗୀତା, ଉପଢୌକନ ଏବଂ ଦଳୀୟ ଉତ୍ତରୀୟ ଦେଇ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ I ଏହା ପୂର୍ବରୁ ରବିବାର ଦିବା ୧ ୧.୩୦ ଘଣ୍ଟା ସମୟରେ ପର୍ଯ୍ୟବେକ୍ଷକ ଶ୍ରୀ ଗୁରଜର ଜ଼ିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଆସି ଜ଼ିଲ୍ଲା ସଭାପତି ଚୟନ ପାଇଁ କର୍ମୀ କର୍ମକର୍ତ୍ତା ଙ୍କ ମତ ସଂଗ୍ରହ କରିଥିଲେ ।
