ବାଲ୍ୟ ବିବାହ ବନ୍ଦ କରିବା ଓ କିଶୋରୀ ସଶକ୍ତି କରଣ ପାଇଁ ବୈଠକ I
ସମ୍ବଲପୁର,୦୯/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ବାଲ୍ୟ ବିବାହ ବନ୍ଦ କରିବା ଓ କିଶୋରୀ ସଶକ୍ତି କରଣ ପାଇଁ ଜିଲ୍ଲା ଟାସ୍କ ଫୋର୍ସ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା I ଏହି ବୈଠକ ରେ ଜିଲ୍ଲା ସ୍ତରୀୟ ଅଧିକାରୀ,ବିଭିନ୍ନ ଜାତି ସମାଜ ର ସଭାପତି ସମ୍ପାଦକ ,ସ୍ବେଛାସେବୀ ସଂଗଠନ ର ସଦସ୍ୟ ,ହିଣ୍ଡାଲକୋ ର ପ୍ରତିନିଧି, ସିଡିପିଓ,ପାରା ଲିଗାଲ କର୍ମୀ ଜିଲ୍ଲା ଆଇନ ସେବା ପ୍ରାର୍ଧିକରଣ ସଭ୍ୟ,ପ୍ରୋଗ୍ରାମ ଅଫିସର ,ଜିଲ୍ଲା ସ୍ୱୟଂ ସହାୟକ ଦଳ ର ମହାସଂଘ ସମ୍ପାଦକ ,ବୈଷୟିକ ଶିକ୍ଷା ଅନୁଷ୍ଠାନ ମାନେଶ୍ୱର ର ସଦସ୍ୟ ,ହବ ର କର୍ମକର୍ତା ମାନେ ଯୋଗ ଦେଇଥିଲେ I ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସଂଯୁକ୍ତା ସାହୁ ପ୍ରଥମେ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଓ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଉଦ୍ଦେଶ୍ୟ ଜିଲ୍ଲା ରୁ ବାଲ୍ୟ ବିବାହ କୁ ବନ୍ଦ କରିବା କହିଥିଲେ I ଜିଲ୍ଲା ସଂଯୋଜିକା ଏଡ.ଏଟ. ଆକ୍ସନ ସୁନୀତା ତ୍ରିପାଠୀ ଜିଲ୍ଲା ର ବାଲ୍ୟ ବିବାହ ଆଇନ ଓ ଜିଲ୍ଲା ର ବାଲ୍ୟ ବିବାହ ର ସ୍ଥିତି ସମ୍ବନ୍ଧରେ ଉପସ୍ଥାପନ କରିଥିଲେ।ସହକାରୀ ଆରକ୍ଷୀ ଅଧକାରୀ ଅନିଲ କୁମାର ପ୍ରଧାନ ବାଲ୍ୟ ବିବାହ ବନ୍ଦ କରିବା କ୍ଷେତ୍ର ରେ ପୋଲିସ ର ଭୂମିକା ଉପରେ ସୂଚନା ପ୍ରଦାନ କରିଥିଲେ I ଡ଼.ପ୍ରମୋଦ ଚନ୍ଦ୍ର ବିଶ୍ୱାଳ ଯୋଗଦେଇ ବାଲ୍ୟ ବିବାହ କୁ ବନ୍ଦ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ର ଭୂମିକା ସମ୍ପର୍କ ରେ ମତ ରଖିଥିଲେ I ଜିଲ୍ଲା ଶିକ୍ଷା ଅଧିକାରୀଲକ୍ଷ୍ମଣ ଭୋଇ ଜିଲ୍ଲା ରେ ଅଧାରୁ ପାଠ ଛାଡିଥିବା ଶିଶୁ ମାନଙ୍କ ପାଇଁ ନିଆ ଯାଇଥିବା ପଦକ୍ଷେପ ଉପରେ ସୂଚନା ପ୍ରଦାନ କରିଥିଲେ I ଆଦର୍ଶ ଅନୁଷ୍ଠାନ ଜିଲ୍ଲା ରେ ବାଲ୍ୟ ବିବାହ କୁ ବନ୍ଦ କରିବା ରେ ସମସ୍ତଙ୍କ ଭୂମିକା ସମ୍ପର୍କ ରେ ଅନୁଷ୍ଠାନ ର ସମ୍ପାଦକ ପ୍ରଦୀପ ବେହେରା ମତ ପୋଷଣ କରିଥିଲେ I ସୁକାନ୍ତ ମହାପାତ୍ର ଉପଦେଷ୍ଟା ହିଣ୍ଡାଲକୋ ବାଲ୍ୟ ବିବାହ ବନ୍ଦ ଉପରେ ସଚେତନତା ପାଇଁ ସେମାନଙ୍କର ସମ୍ପୂର୍ଣ୍ଣ ସହଯୋଗ ରହିବ ବୋଲି ମତ ରଖିଥିଲେ। ଓବିସି ମଞ୍ଚ ର ଜିଲ୍ଲା ଆବାହକ ସରୋଜ ସାହୁ ବାଲ୍ୟ ବିବାହ ବନ୍ଦ କରିବା ଓ ସଚେତନତା କରିବା ପାଇଁ ଜାତି ସମାଜ ର ସମ୍ପୂର୍ଣ୍ଣ ସହଯୋଗ ରହିବ ବୋଲି ମତ ରଖିଥିଲେ I କେତକୀ ବେହେରା ସ୍ଵୟଂସହାୟକ ଦଳ ର ସମ୍ପାଦିକା ଜିଲ୍ଲା ମହାସଂଘ ବାଲ୍ୟ ବିବାହ ରୋକିବା ପାଇଁ ସ୍ୱୟଂ ସହାୟ କ ଦଳ ର ଭୂମିକା ସମ୍ପର୍କରେ ମତ ରଖିଥିଲେ I ଏହି କାର୍ଯ୍ୟକ୍ରମ ରେ ବାଲ୍ୟ ବିବାହ ଓ କିଶୋରୀ ସଶକ୍ତି କରଣ ରେ ସମସ୍ତେ ନିଜର ଦାୟିତ୍ୱ ନେବା ପାଇଁ ନିଷ୍ପତି ନିଆଯାଇଥିଲା I କାର୍ଯ୍ୟକ୍ରମ ରେ ନାକଟିଦେଉଳ ବ୍ଲକ ର ୫୧ ଗ୍ରାମ କୁ ଓ ଜମନକିରା ବ୍ଲକ ର ୧୦୮ ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ହିସାବ ରି ଘୋଷଣା କରାଯାଇଥିଲା I ପ୍ରୋଗ୍ରାମ ଅଫିସର ତଥା ପ୍ରୋଟେକ୍ସନ୍ ଅଫିସର ସରିତା ଦାସ ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ I କାର୍ଯ୍ୟକ୍ରମ ଶେଷରେ ଛଟେଲାଲ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ I
