Uncategorized

ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମସ୍ତେ କାର୍ଯ୍ୟ କରିବା ଆବଶ୍ୟକ – ବିଧାୟକ ଶ୍ରୀ ଦୁର୍ଗା ତନ୍ତୀ

ରାଉରକେଲା ୯/୧୦,(ଉତ୍କଳ ସମାଚାର):ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଆଜି ୧୪୮ତମ ଜନ୍ମ ଜୟନ୍ତୀ । ଓଡ଼ିଶାର ସର୍ଵ ପୁରାତନ ଖବରକାଗଜ ସମାଜର ପ୍ରତିଷ୍ଠାତା ସ୍ବର୍ଗତ ଗୋପବନ୍ଧୁ ଦାସଙ୍କ  ଆଜିର ଏହି ଜନ୍ମ ଜୟନ୍ତୀ ଅବସରରେ ସମାଜ ରାଉରକେଲା ସଂସ୍କରଣ ଦ୍ୱାରା ଇସ୍ପାତ ସହରାଞ୍ଚଳର ଆମ୍ବାଗାନ ଛକ ନିକଟରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ନିକଟରେ ଆୟୋଜିତ ଏକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ  ରଘୁନାଥପାଲ୍ଲୀ ବିଧାୟକ ଶ୍ରୀ ଦୁର୍ଗା ଚରଣ ତନ୍ତୀ ପ୍ରଥମେ  ପ୍ରତିମୂର୍ତ୍ତିରେ ଅନ୍ୟ ମାନ୍ୟଗଣ୍ୟ ଵ୍ୟକ୍ତିଙ୍କ ସହିତ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ନିଜ ବକ୍ତବ୍ୟ ମାଧ୍ୟମରେ  ଜାତି-ଧର୍ମ ଓ ଦଳ-ମତ ନିର୍ବିଶେଷରେ ସମାଜର ସମସ୍ତ ବର୍ଗର ଆବାଳବୃଦ୍ଧବନିତାଙ୍କ ସର୍ବାଙ୍ଗୀନ ମଙ୍ଗଳ ନିମିତ୍ତ ନିଃସ୍ୱାର୍ଥପର ଭାବନା ନେଇ ସ୍ବର୍ଗତ ଗୋପବନ୍ଧୁ ଦାସଙ୍କ ଦ୍ୱାରା କରାଯାଇଥିବା  ସେବାକାର୍ଯ୍ୟ ନାକେବଲ ଅତୁଳନୀୟ ଏହା ସନାଜର ଅନ୍ୟ ସମସ୍ତଙ୍କ ପାଇଁ ପ୍ରେରଣା ସଦୃଶ ବୋଲି ବିଧାୟକ ଶ୍ରୀ ଦୁର୍ଗା ଚରଣ ତନ୍ତୀ କହିବା ସହିତ ସର୍ବଦା ଗୋପବନ୍ଧୁଙ୍କ ସ୍ମୃତିଚାରଣ କରି ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବା ପାଇଁ ଉପସ୍ଥିତ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।ଏହି ଅବସରରେ ରାଉରକେଲା ଇସ୍ପାତ କାରଖାନାର ସୂଚନା ଓ ଲୋକସମ୍ପର୍କ ବିଭାଗର ମୁଖ୍ୟ ଶ୍ରୀମତୀ ଅର୍ଚ୍ଚନା ଶତପଥୀ, ସମାଜ ରାଉରକେଲା ସଂସ୍କରଣ ମୁଖ୍ୟ ଶ୍ରୀ ମନୋରଞ୍ଜନ ମହାପାତ୍ର, ସାମ୍ବାଦିକ ଶ୍ରୀ ସତ୍ୟାନନ୍ଦ ଦାସ, ସୁମନ ଦତ୍ତ, ପ୍ରମୁଖ ମଧ୍ୟ ନିଜ ନିଜର ବକ୍ତବ୍ୟ ମାଧ୍ୟମରେ ସ୍ବର୍ଗତ ଗୋପବନ୍ଧୁଙ୍କ ସ୍ମୃତିଚାରଣ କରିଥିଲେ । ଆୟୋଜିତ ଏହି ଉତ୍ସବରେ ବିଧାୟକଙ୍କ ଧର୍ମପତ୍ନୀ ଶ୍ରୀମତୀ ସୁଚିତ୍ରା ତନ୍ତୀ,ରାଉରକେଲା ଓକିଲ ସଂଘର ସଦସ୍ୟ ଶ୍ରୀ ସତ୍ୟାନନ୍ଦ ସାହୁ,ରାଜକିଶୋର ପ୍ରଧାନ, ଇସ୍ପାତ ଗଜପତି ମାର୍କେଟ କମିଟିର ଶଙ୍କର ଜେନାଙ୍କ ସମେତ ସହରର ବିଭିନ୍ନ ସଙ୍ଘଠନର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *