ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟଙ୍କ ଦ୍ୱାରା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ
ରାଉରକେଲା ୧୦/୧୦,(ଉତ୍କଳ ସମାଚାର): ଆଜି ପଶ୍ଚିମାଞ୍ଚଳ ପୋଲିସ୍ ଡିଆଇଜି ବ୍ରିଜେଶ କୁମାର ରାୟଙ୍କ ଦ୍ବାରା ଉଦିତନଗର ମିନି ଷ୍ଟାଡିୟମରେ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ୧୬ଟି ଫୁଟବଲ ଦଳ ଅଂଶଗ୍ରହଣ କରୁଛନ୍ତି। ରାଉରକେଲାର ଉଦିତନଗର ମିନି ଷ୍ଟାଡିୟମ ପରିସରରେ ଦୁର୍ଗାପୁର ଓରାମପଡ଼ା ଆଦିବାସୀ ଯୁବ କ୍ଲବ ଦ୍ୱାରା ଏହି ନକଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ – ୨୦୨୫ ଆୟୋଜନ କରାଯାଉଛି। ଏହି ଅବସରରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ମୁଖ୍ୟ ଅତିଥି ଏବଂ ବରିଷ୍ଠ କଂଗ୍ରେସ ନେତା ପ୍ରମୋଦ ଦାସ, ଶିବୁ ଦୀପ, ସମାଜସେବୀ ଗଣେଶ ଜୟସ୍ୱାଲ, ବରିଷ୍ଠ ବିଜେପି ନେତା ଆଶା ନାଇଡୁ, ଆଦିବାସୀ ଯୁବ କ୍ଲବ ସଭାପତି ଲୁଣ୍ଡାଇ ଓରାମଙ୍କ ସମେତ ଅନ୍ୟାନ୍ୟ ବ୍ଯକ୍ତିବିଶେଷ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ। ଆଜିର ଏହି ନକଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳ ଅଂଶଗ୍ରହଣ କରିଛନ୍ତି। ଆଜିର ପ୍ରଥମ ମ୍ୟାଚ୍ ବିଜୟ ବ୍ରଦର୍ସ ଏବଂ ଟିମ୍ କ୍ରିଷ୍ଟାଲ୍ ଫ୍ୟୁଜ୍ ମଧ୍ୟରେ ଖେଳାଯାଇଥିଲା ଯେଉଁଥିରେ ବିଜୟ ବ୍ରଦର୍ସ ପାଞ୍ଚଟି ଗୋଲ୍ ସ୍କୋର୍ କରିଥିଲେ। ଅନ୍ଯପକ୍ଷରେ କ୍ରିଷ୍ଟାଲ୍ ଦଳ କେବଳ ଗୋଟିଏ ଗୋଲ ସ୍କୋର କରିପାରିଥିଲେ। ଯାହା ଫଳରେ ପ୍ରଥମ ମ୍ୟାଚ୍ ବିଜୟ ବ୍ରଦର୍ସ ବିଜୟୀ ହୋଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଡିଆଇଜି ଶ୍ରୀ ରାୟ କହିଥିଲେ ଯେ, ସ୍ୱାସ୍ଥ୍ୟ ପାଇଁ କ୍ରୀଡା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଆଜି ଦେଖାଯାଉଛି ଯେ ସୁନ୍ଦରଗଡ଼ ହକିର ଗଡ଼ ହୋଇଥିବାରୁ ଯୁବପିଢ଼ି ଏହି ଟୁର୍ଣ୍ଣାମେଣ୍ଟରେ ଉତ୍ସାହର ସହିତ ଅଂଶଗ୍ରହଣ କରିଛନ୍ତି। ତଥାପି ଏଠାକାର ଯୁବକମାନେ ଫୁଟବଲ୍ ଖେଳକୁ ଉତ୍ସାହିତ କରିବା ସହିତ ଏପରି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ସକ୍ରିୟ ଅଂଶଗ୍ରହଣ କରୁଛନ୍ତି। ଏହା ଆମ ପାଇଁ ବହୁତ ଗର୍ବର ବିଷୟ। ସୁନ୍ଦରଗଡ଼ ଜିଲ୍ଲାରେ ଏପରି ଖେଳ ହେବା ଯୁବପିଢ଼ିଙ୍କୁ ଆହୁରି ପ୍ରେରଣା ଦେବ। ଏହି କ୍ଲବର ସମସ୍ତ ପଦାଧିକାରୀଙ୍କୁ ଡିଆଇଜି ବ୍ରିଜେଶ କୁମାର ରାୟ ଅଭିନନ୍ଦନ ଜଣାଇଥିଲେ। ଆଜି ୧୦ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଫାଇନାଲ ମ୍ୟାଚ୍ ଖେଳାଯିବ, ଯେଉଁଥିରେ ବିଜେତା ଦଳକୁ ୧ ଲକ୍ଷ ଟଙ୍କା ନଗଦ, ଉପବିଜେତା ଦଳକୁ ୭୦ ହଜାର ଟଙ୍କା, ତୃତୀୟ ଦଳକୁ ୨୫ ହଜାର ଟଙ୍କା ଏବଂ ଚତୁର୍ଥ ସ୍ଥାନ ଅଧିକାର ଦଳକୁ ୨୦ ହଜାର ଟଙ୍କା ପ୍ରଦାନ କରାଯିବ। ଏହି ଅବସରରେ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଗୋଲକିପର ଏବଂ ଶ୍ରେଷ୍ଠ ଡିଫେଣ୍ଡରଙ୍କୁ ମଧ୍ୟ ପୁରସ୍କୃତ କରାଯିବ। ଏହି ଅବସରରେ ସଚିନ ଚାଡୁ ଓରାମ, ଅଜୟ ଓରାମ, ଅନୁ ତିର୍କୀ, ଅରବିନ୍ଦ ଶର୍ମା, ଦୀପୁ ପ୍ରସାଦ, ବିନୋଦ ସାହୁ, ହିମାଂଶୁ ରାଠୋର, ବିକାଶ କଛୁଆ ଏବଂ ଆଦିବାସୀ ଯୁବ କ୍ଲବର ଅନ୍ୟାନ୍ୟ ସଦସ୍ୟମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। ଅଜିଜ୍ ନକ୍ ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ପାଇଁ ଉଦିତନଗର ମିନି ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଏହି ଦ୍ୱିତୀୟ ବର୍ଷରେ ସ୍ଥାନୀୟ ଅଞ୍ଚଳର ଯୁବକ ଏବଂ ମହିଳାମାନେ ମଧ୍ୟ ମ୍ୟାଚ୍ ଦେଖିବାକୁ ପହଞ୍ଚିଥିଲେ। ମଞ୍ଚ ପରିଚାଳନା କରିଥିଲେ ପଦ୍ମନାଭ ମହାପାତ୍ର ଓ ରାଜୀବ ବାଗ।
