Uncategorized

ମହିଳାମାନଙ୍କ ଦ୍ୱାରା କରଓ୍ବା ଚୌଥ ପୂଜା ଓ ବ୍ରତ

ରାଉରକେଲା ୧୦/୧୦,(ଉତ୍କଳ ସମାଚାର): ସହରରେ ମହିଳା ଏବଂ ଯୁବତୀମାନଙ୍କ ଦ୍ଵାରା ଆଜି କରୱା ଚୌଥ ବିଷୟରେ କାହାଣୀ ଶୁଣିବା ସହିତ ଉପବାସ ଓ ବ୍ରତ ରଖାଯାଇଛି। ବିବାହିତ ମହିଳା ଏବଂ ଯୁବତୀମାନେ ଆଜି ସକାଳେ ପୂଜା କରିଥିଲେ ଏବଂ କରୱା ଚୌଥ ବିଷୟରେ କାହାଣୀ ଶୁଣିଥିଲେ। ପଣ୍ଡିତମାନେ ମହିଳାମାନଙ୍କୁ କରୱା ଚୌଥ ବିଷୟରେ କାହାଣୀ ଶୁଣାଇଥିଲେ। ବିଶ୍ୱାସ କରାଯାଏ ଯେ ଏହି କରଓ୍ବା ଚୌଥ ବ୍ରତ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା ସହିତ ପୁଅର ଦୀର୍ଘାୟୁ ସହିତ ଘରେ ସମୃଦ୍ଧି କାମନା କରି ଏହି ବ୍ରତ ପାଳନ କରାଯାଏ। ଏହି ପୂଜା ପ୍ରାଚୀନ କାଳରୁ ପାଳିତ ହୋଇଆସୁଛି। ଆଜି ସହରରେ, ରାଜସ୍ଥାନୀ, ହରିୟାଣୀ, ପଞ୍ଜାବୀ ମହିଳାଙ୍କ ସମେତ ୟୁପିର ମହିଳାମାନେ ଏହି ପୂଜା କରିବା ସହିତ ବ୍ରତ ରଖିଥାନ୍ତି। ରାତିରେ ଚନ୍ଦ୍ର ଦର୍ଶନ ପରେ, ସେମାନେ ବ୍ରତ ଭାଙ୍ଗି ପ୍ରସାଦ ସେବନ କରିବା ପରେ ଅନ୍ନ ଖାଦ୍ୟ ଖାଇବେ। ଆଜି ରାଉରକେଲାର ବିର୍ସା ଡାହର ରୋଡର ଶର୍ମା ମହିଳା ମଣ୍ଡଳ ଦ୍ଵାରା କରଓ୍ବା ଚୌଥ ବ୍ରତ କରି ପୂଜା କରିଥିଲେ ଏବଂ କରୱା ଚୌଥ ବିଷୟରେ କାହାଣୀ ଶୁଣିଥିଲେ। ଚିନି କରୱା ପୂଜା ସହିତ, ମାଟି କରୱା ମଧ୍ୟ ପୂଜା କରାଯାଇଥିଲା ଓ କାହାଣୀ ଶୁଣାଯାଇଥିଲା। ସଧବା ମହିଳାମାନେ ଲାଲ ଶାଢ଼ି ସହିତ ଲାଲ ଚୁନି ପିନ୍ଧି ଏହି ପୂଜାରେ ଅଂଶଗ୍ରହଣ କରିଥିଲେ। ସହରର ଅନେକ ମନ୍ଦିରରେ, ବିବାହିତ ସଧବା ମହିଳାମାନେ କରୱା ଚୌଥ ବିଷୟରେ କାହାଣୀ ଶୁଣିବା ପରେ ରାତିରେ ବ୍ରତ ରଖିଥିବା ମହିଳାମାନେ ଚନ୍ଦ୍ରଙ୍କୁ ଅର୍ଘ୍ୟ ଅର୍ପଣ କରିବା ପରେ ଅନ୍ନ ପ୍ରସାଦ ସେବନ କରିବେ। ସେହିପରି କରୱା ଚୌଥ ଅବସରରେ, ପଞ୍ଜାବୀ ବିବାହିତ ମହିଳାମାନେ ରାତିରେ ଚନ୍ଦ୍ର ଦର୍ଶନ କରି ସେମାନଙ୍କ ସ୍ୱାମୀଙ୍କ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରନ୍ତି। ଆଜି ଏହି କରଓ୍ବା ଚୌଥ ବ୍ରତ ପାଇଁ ସହରର ଅନେକ ମନ୍ଦିରରେ ମହିଳାମାନେ କାହାଣୀ ଶୁଣିଥିଲେ। ଏହି ଅବସରରେ ଶର୍ମା ମହିଳା ମଣ୍ଡଳର ବିମଳା ଦେବୀ ଶର୍ମା, ଲକ୍ଷ୍ମୀ ଶର୍ମା, ସୀମା ଶର୍ମା, କିରଣ ଶର୍ମା, ପ୍ରୀତି ଯୋଶୀଙ୍କ ସହିତ ଅନ୍ୟାନ୍ୟ ମହିଳା ଏବଂ ଯୁବତୀମାନେ ଏହି କରଓ୍ବା ଚୌଥ ପୂଜାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *