Uncategorized

ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କ ବୈଠକ ଅନୁଷ୍ଠିତ 

ରାଉରକେଲା:10//10,(ଉତ୍କଳ ସମାଚାର) : ଆଜି ଆଇଟିଡିଏ ପ୍ରଶିକ୍ଷଣ ଓ ସମ୍ମିଳନୀ କକ୍ଷ ଠାରେ ଉପ- ଜିଲ୍ଲାପାଳ, ପାନପୋଷ ଶ୍ରୀ ବିଜୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ପାନପୋଷ ଉପଖଣ୍ଡର ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସମସ୍ତ ମହାବିଦ୍ୟାଳୟରେ ଥିବା ଭିତ୍ତିଭୂମି ଓ ଉନ୍ନୟନ ବାବଦରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଥିଲା। ଏହା ସହ ମହାବିଦ୍ୟାଳୟ ପରିସରରେ ପରିସ୍କାର ପରିଚ୍ଛନ୍ନତା ଓ ICC କମିଟି (Internal complaint commitee for women in work place) ବାବଦରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହା ସହ ସାମାଜିକ ସୁରକ୍ଷା ବିଭାଗର ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ନିମନ୍ତେ ଥିବା ବୃତ୍ତି ବାବଦରେ ଉପଖଣ୍ଡସ୍ତରିୟ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ମିନୁ ତାଣ୍ଡିଆ ସୂଚନା ପ୍ରଦାନ କରିଥିଲେ । ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଭରତ ଗୁରୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କନିମନ୍ତେ ଥିବା ବୃତ୍ତି ବାବଦରେ ସୂଚନା ପ୍ରଦାନ କଲେ ।ଏହି ବୈଠକର ପରିଚାଳନାରେ ଦୁଇ ଉପ ବିଭାଗୀୟ ଅଧିକାରୀ ଶ୍ରୀ ଫଣିନ୍ଦ୍ର ଭୂଷଣ ସାହୁ ଓ ଶ୍ରୀମତୀ ଲକ୍ଷ୍ମୀ ତାଣ୍ଡିଆ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *