ରାଉରକେଲାରେ ଆମ୍ ଆଦମୀ ପାର୍ଟିର ରାଜ୍ୟ ଆଦିବାସୀ ମୋର୍ଚ୍ଚା ସମ୍ମିଳନୀ-୨୦୨୫
ରାଉରକେଲା ୧୧/୧୦,(ଉତ୍କଳ ସମାଚାର): ଆଜି ରାଉରକେଲା ସହରରେ ହନୁମାନ ବାଟିକା ଠାରେ ଆମ୍ ଆଦମୀ ପାର୍ଟିର ରାଜ୍ୟ ଆଦିବାସୀ ମୋର୍ଚ୍ଚା ସମ୍ମିଳନୀ – ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଏହି ରାଜ୍ୟ ଆଦିବାସୀ ମୋର୍ଚ୍ଚା ସମ୍ମିଳନୀ – ୨୦୨୫ରେ ଆମ୍ ଆଦମୀ ପାର୍ଟିର ରାଜ୍ୟ ସଂଯୋଜକ ନିଶିକାନ୍ତ ମହାପାତ୍ର ଯୋଗଦେଇ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଥିଲେ ଯେ, ଆମ୍ ଆଦମୀ ପାର୍ଟିର ଆଦିବାସୀ ମୋର୍ଚ୍ଚା ଲମ୍ବା ସମୟରୁ ସଂଗଠନ ନିର୍ମାଣ ପାଇଁ କାମ କରିଆସୁଛି। ଆଜି ରାଉରକେଲା ଠାରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ସାଂଗଠନିକ ମୁଖ୍ୟମାନେ ଆଦିବାସୀ ମୋର୍ଚ୍ଚାକୁ ମଜବୁତ କରିବା ପାଇଁ ତଥା ଆଦିବାସୀଙ୍କ ଦୀର୍ଘ ଦିନର ଦାବିକୁ ଆମ୍ ଆଦମୀ ପାର୍ଟି ପୂର୍ଣ୍ଣ ପ୍ରତିଶ୍ରୁତି ଦେଇଛି କାର୍ଯ୍ଯକାରୀ କରିବା ପାଇଁ। ଯେପରି ପେସା ଆକ୍ଟ ଆଇନ୍ ହୋଇଛି କିନ୍ତୁ କାର୍ଯ୍ୟକାରୀ କରାଯାଇ ନାହିଁ। ଏହାଦ୍ବାରା ଆଦିବାସୀମାନଙ୍କ ଜମି ଯାଉଛି, ଜଙ୍ଗଲ ଯାଉଛି ଏବଂ ଯେତେବେଳେ ଆଦିବାସୀଙ୍କ ଅଧିକାର କଥା ଆସୁଛି, ସରକାର ଏହାକୁ ଅଣଦେଖା କରୁଛନ୍ତି। ସମସ୍ତ ସ୍ଥାନରେ ବିସ୍ଥାପନ ସମସ୍ଯା ଠାରୁ ଆରମ୍ଭ କରି ଜଙ୍ଗଲଜାତ ଦ୍ରବ୍ୟ ପର୍ଯ୍ୟନ୍ତ ସବୁଥିରେ ଆଦିବାସୀଙ୍କୁ ଲଢେଇ କରିବାକୁ ପଡୁଛି। ଆମ୍ ଆଦମୀ ପାର୍ଟି ଆଦିବାସୀ ମୋର୍ଚ୍ଚା ମାଧ୍ୟମରେ ସମସ୍ତ ଜିଲ୍ଲାର ନେତୃମଣ୍ଡଳୀ ଓ କାର୍ଯ୍ଯକର୍ତ୍ତାଙ୍କୁ ଆହ୍ବାନ ଦେଉଛି ଆଦିବାସୀଙ୍କର ଖଣି, ପାଣି, ଜଙ୍ଗଲ ଉପରେ ଅଧିକାରର ନିଷ୍ପତ୍ତି ଉପରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରି ସେମାନଙ୍କ ଲଢେଇରେ ସାମିଲ ହେବ। ଆଜି ଆମ୍ ଆଦମୀ ପାର୍ଟି ପକ୍ଷରୁ ରାଜ୍ଯ ଆଦିବାସୀ ମୋର୍ଚ୍ଚା ସମ୍ମିଳନୀ-୨୦୨୫ରେ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ରଙ୍କ ସମେତ ରାଜ୍ୟ ଆଦିବାସୀ ମୋର୍ଚାର ମେଘନାଥ ମାଝୀ, ରାଜ୍ୟ ସଂଗଠନ ସମ୍ପାଦକ ଭରତ ଦାସ, ଆମ୍ ଆଦମୀ ପାର୍ଟିର ରାଜ୍ୟ ମହିଳା ସମ୍ପାଦିକା ବିଜୟଲକ୍ଷ୍ମୀ ମହାପାତ୍ର, ଆମ୍ ଆଦମୀ ପାର୍ଟିର ରାଜ୍ୟ ଆଦିବାସୀ ମୋର୍ଚ୍ଚା ସମ୍ପାଦକ ଲାଲମଣି ଲୁଗୁନ୍, ରାଜ୍ୟ ସଂଗଠନ ସଚିବ ସନ୍ଦୀପ ଦାସ, ଆମ୍ ଆଦମୀ ପାର୍ଟିର ରାଜ୍ୟ ଯୁବ ସଭାପତି ରୁଚି ରୁଦ୍ର ରଥ, ରାଜ୍ୟ ସଂଗଠନ ସମ୍ପାଦକ ଭବାନୀ ପ୍ରସାଦ ସାହୁ, କଲ୍ୟାଣ ଆନନ୍ଦ, ରାଜ୍ୟ ସଂଗଠନ ସମ୍ପାଦକ କଲ୍ଯାଣ ଆନନ୍ଦ, ଆମ୍ ଆଦମୀ ପାର୍ଟିର ସୁନ୍ଦରଗଡ ଲୋକସଭା ପ୍ରମୁଖ ବିନୟ ତିୱାରୀ, ଆମ୍ ଆଦମୀ ପାର୍ଟିର ବଲାଙ୍ଗୀର ଜିଲ୍ଲା ସଭାପତି ଆଶିଷ ପାଣ୍ଡେଙ୍କ ସହ ଆମ୍ ଆଦମୀ ପାର୍ଟିର ବହୁ ସଂଖ୍ୟକ କାର୍ଯ୍ଯକର୍ତ୍ତା ଉପସ୍ଥିତ ଥିଲେ।
