Uncategorized

ଅତ୍ୟାଧୁନିକ ସମନ୍ୱିତ ଆକ୍ୱାପାର୍କ ପ୍ରକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ

ସମ୍ବଲପୁର,୧୧/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ ଠାରେ ୪୨,୦୦୦ କୋଟି ଟଙ୍କାର ବିଭିନ୍ନ କୃଷି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବା ସହିତ “ପିଏମ୍ ଧନ-ଧାନ୍ୟ କୃଷି ଯୋଜନା” ଏବଂ “ଦଳହନ ଆତ୍ମନିର୍ଭରତା ମିଶନ” ର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାମାନ ଚାଷୀଙ୍କ ଆୟ ବୃଦ୍ଧି, କୃଷି ଉତ୍ପାଦନ ବିବିଧୀକରଣ, ଓ ଗ୍ରାମୀଣ ଅର୍ଥନୀତିର ଶକ୍ତିକରଣରେ ମୂଲ୍ୟବାନ ଭୂମିକା ନିର୍ବାହ କରିବ ବୋଲି ଆଶା କରାଯାଉଛି। ଏହି ଅବସରରେ ସମ୍ବଲପୁର ଜିଲ୍ଲାରେ ଆଜି ଓୟୁଏଟି, ଚିପିଲିମା, ଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତଥା ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ଯୋଗ ବିଭାଗ ଆନୁକୂଲ୍ୟରେ ଗ୍ରାମ୍ୟ ଉନ୍ନୟନ,ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ-ଓଡ଼ିଶା ସରକାର ରବିନାରାୟଣ, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ, କେନ୍ଦ୍ରଶିକ୍ଷା ମନ୍ତ୍ରୀ-ଭାରତ ସରକାର ଧର୍ମେନ୍ଦ୍ର ପ୍ରଧାନ ଙ୍କ ଲୋକପ୍ରତିନିଧି ନାଉରି ନାୟକ, ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର, ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ ପ୍ରମୁଖ ଙ୍କ ଗରିମାମୟ ଉପସ୍ଥିତି ରେ ଅତ୍ୟାଧୁନିକ ସମନ୍ୱିତ ଆକ୍ୱାପାର୍କ ପ୍ରକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ ର ଶୁଭ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗ୍ରାମ୍ୟ ଉନ୍ନୟନ,ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ-ଓଡ଼ିଶା ସରକାର ଶ୍ରୀ ନାୟକ ଏହି ଉତ୍ସବ ରେ ଯୋଗ ଦେଇ ଏହି ଅତ୍ୟାଧୁନିକ ଆକ୍ୱାପାର୍କ ପ୍ରକଳ୍ପ ଚାଷୀ ମାନଙ୍କ ପାଇଁ ସହଜ ସୁବିଧା ଯୋଗାଇଦେବାରେ ମୁଖ୍ୟାଭୂମିକା ଗ୍ରହଣ କରିବ, ଯାହା ତାଙ୍କୁ ଆହୁରି ଉନ୍ନତ କରିପାରିବେ ବୋଲି ସେ କହିଥିଲେ I କାର୍ଯ୍ୟକ୍ରମରେ ଅତିରିକ୍ତ ସଚିବ ମତ୍ସ୍ୟଚାଷ ବିଭାଗ ପୂର୍ଣ୍ଣଚନ୍ଦ୍ର ଦଲେଇ ଧନ୍ୟବାଦ୍ ଭାଷଣ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *