Uncategorized

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ବିଶ୍ଵ ଦୃଷ୍ଟି ଦିବସ ପାଳନ

ସମ୍ବଲପୁର,୧୧/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡା ପାଲି, ଭିଜନ୍ ସେଣ୍ଟର ରେଢ଼ାଖୋଲ, ନାକଟିଦେଉଳ ମହାବିଦ୍ୟାଳୟ ର ଯୁବରେଡ଼କ୍ରସ୍ ଓ ଏନ୍ଏସ୍ଏସ୍ ୟୁନିଟ୍ ର ମିଳିତ ଆନୁକୁଲ୍ୟ ରେ କଲେଜ ପରିସର ରେ ବିଶ୍ଵ ଦୃଷ୍ଟି ଦିବସ ପାଳିତ ହେବା ସହ ସଚେତନତା ଶିବିର, ଶୋଭାଯାତ୍ରା, ଆଲୋଚନାଚକ୍ର,ମାଗଣା ଚକ୍ଷୁ ପରୀକ୍ଷା ଓ ଚଷମା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ର ଅଧ୍ୟକ୍ଷ ସୁଧୀର କୁମାର ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଚେତନତା ସଭାରେ ମୁଖ୍ୟ ଅତିଥି ଭାବରେ ନାକଟିଦେଉଳ କଲେଜ ର ପ୍ରତିଷ୍ଠାତା ଅଧ୍ୟକ୍ଷ ଶରତ ଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପୋଗ୍ରାମ୍ ଆସିଷ୍ଟେଣ୍ଟ ବ୍ୟୋମୋକେଶ ଭୁକ୍ତା ଓ ବକ୍ତା ଭାବରେ ଯୁବରେଡ଼କ୍ରସ ପରାମଶଦାତା ଅଧ୍ୟାପକ ଦେବେଶ କୁମାର ବିଶ୍ୱାଳ, ଏନ୍ଏସ୍ଏସ୍ ପ୍ରୋଗ୍ରାମ ଅଫିସର ଭଜମୋହନ ପଧାନ, ଅଧ୍ୟାପକ ବିନୋଦ ବିହାରୀ ପ୍ରଧାନ, ଅଧ୍ୟାପିକା ଲିଟିନା ପ୍ରିୟଦର୍ଶନୀ ଓ ଶ୍ଵେତା ଶ୍ରୀ ପ୍ରଧାନ ଯୋଗ ଦେଇ ଚକ୍ଷୁ ରୋଗ ଓ ଦୃଷ୍ଟିଶକ୍ତି ଜନିତ ସମସ୍ୟାର ପ୍ରତିରୋଧ ଏବଂ ଦୃଷ୍ଟିହୀନତା ରୋକିବା ପ୍ରୟାସ ର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ଏନ୍‌ଏସ୍ଏସ୍ ପ୍ରୋଗ୍ରାମ ଅଫିସର ଡ଼ ପୁଷ୍ପାଞ୍ଜଳି ରବନା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାୟ ୧୨୦ ଜଣ ଛାତ୍ର ଛାତ୍ରୀ ତଥା ବ୍ୟକ୍ତି ଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ୨୦ ଜଣଙ୍କୁ ଚଷମା ବଣ୍ଟନ କରାଯାଇଥିଲା । ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମ ଭିଜନ ଟେକ୍ନିସିଆନ ଲିପିକା ବେହେରା, ଗୋଷ୍ଠୀ ସ୍ୱାସ୍ଥ୍ୟକର୍ମୀ ରାଜେନ୍ କୁମାର ଚୌଧୁରି ଓ ସୁପ୍ରିୟା ପାତ୍ରଙ୍କ ପରିଚାଳନା ରେ ଅନୁଷ୍ଠିତ ହୋଇଥିଲା । ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ୟାସ୍ମିନ୍ ବାରିକ୍, ରିନାରାଣୀ ପ୍ରଧାନ, ଅମ୍ବିକା ପଧାନ, ସୃଷ୍ଟି ପଧାନ, ରୋଜାଲିନ୍ ସାହୁ ଓ ବର୍ଷା ପ୍ରିୟଦର୍ଶନୀ ସାହୁଙ୍କୁ ଚଷମା ପ୍ରଦାନ କରାଯାଇଥିଲା

Leave a Reply

Your email address will not be published. Required fields are marked *