Uncategorized

ଆନ୍ତର୍ଜାତିକ କନ୍ୟା ସନ୍ତାନ ଦିବସ ପାଳିତ

ସମ୍ବଲପୁର,୧୧/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ତପସ୍ୱୀନି ହଲ ଠାରେ ଆନ୍ତର୍ଜାତିକ କନ୍ୟା ସନ୍ତାନ ଦିବସ ପାଳନ ହୋଇଛି I ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର ସମସ୍ତ ବ୍ଲକ୍ ରି କିଶୋରୀ ବାଳିକା ମାନେ ଅଂଶ ଗ୍ରହଣ କରିଥିଲେ I ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସଂଯୁକ୍ତା ସାହୁ ପ୍ରଥମେ ସ୍ବାଗତ ଜଣାଇଥିଲେ ଓ ଉଦ୍ଘାଟନୀ ଭାଷଣ ପ୍ରଦାନ କରିଥିଲେ I ସରିତା ଦାସ ପ୍ରୋଗ୍ରାମ ଅଫିସର କମ ପ୍ରୋଟେକ୍ନନ ଅଫିସର କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ବାଳିକା ମାନଙ୍କୁ ସମାଜ ରେ ସଶକ୍ତି କରଣ କରିବା ବୋଲି କହିଥିଲେ।ସୁଶ୍ରୀ ଦୀପ୍ତି ଦାସ ଜଣେ ସମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ବାଳିକା ମାନେ କିପରି ଭାବରେ ନିଜର ଭବିଷ୍ୟତ ଉତ୍ତମ ଭାବରେ ଗଠନ କରି ପାରିବେ ମତାମତ ରଖିଥିଲେ ସେ ରାଜ୍ୟ ସ୍ତରରେ ନିଜକୁ ପ୍ରତିଷ୍ଠିତ କରି ଥିବାର ସଂଘର୍ଷ ର କାହାଣୀ ସମସ୍ତଙ୍କର ଠାରେ ବଖାଣି ଥିଲେ।ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ପୁଷ୍ପା ମହାପାତ୍ର ବାଳିକା ମାନେ ନିଜକୁ ସମାଜ ପ୍ରତିଷ୍ଠିତ କରିବା ପାଇଁ ଆହ୍ବାନ ଜଣେଇ ଥିଲେ I ବାଣୀ ମହାପାତ୍ର କିଶୋରୀ ବାଳିକା ମାନେ କିପରି ଭାବରେ ସମାଜ ରେ ନିଜକୁ ସୁରକ୍ଷିତ ରଖି ପାରିବେ ମତାମତ ରଖିଥିଲେ।ଏହି କାର୍ଯ୍ୟକ୍ରମ ରେ କିଶୋରୀ ବାଳିକା ମାନକର ମଧ୍ୟ ରେ କୁଇଜ୍ ପ୍ରତିଯୋଗିତା,ନାଚ ପ୍ରତିଯୋଗିତା ଓ ଚିତ୍ର।ଙ୍କ ନ ପ୍ରତିଯୋଗିତା ର ଆୟୋଜନ କରା ହୋଇଥିଲା।ନୃତ୍ୟରେ ୩ ଜଣ ପ୍ରତିଯୋଗୀ, ଚିତ୍ରାଙ୍କନ ରେ ୩ ଜଣ ପ୍ରତିଯୋଗୀ ଓ କୁଇଜ୍ ରେ ୧୧ ଜଣ ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା I ସୁନୀତା ତ୍ରିପାଠୀ ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ରେ ସିଡିପିଓ, ସୁପର୍ଭାଏଜର , ଅଙ୍ଗନୱାଡ଼ି କର୍ମୀ,ପାର ଲିଗାଲ କର୍ମୀ,ସ୍ଵେଚ୍ଛାସେବୀ ସଂଗଠନର କର୍ମକର୍ତା ମାନେ ଉପସ୍ଥିତ ରହି କିଶୋରୀ ବାଳିକା ମାନଙ୍କୁ ଉତ୍ସIହିତ କରିଥିଲେ।ଜିଲ୍ଲା ହବ ର କର୍ମକର୍ତା ମାନେ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ସୁଭାଷିନୀ ପଟେଲ ପ୍ରୋଗ୍ରାମ ଅଫିସର ସମ୍ବଲପୁର ସଦର କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *