Uncategorized

ଆରଆଇକେଏସ୍ ପକ୍ଷରୁ ବିଭିନ୍ନ ଲକ୍ଷ୍ମୀ ମଣ୍ଡପକୁ ଅନୁକମ୍ପା ରାଶି ପ୍ରଦାନ

ରାଉରକେଲା ୧୨/୧୦,(ଉତ୍କଳ ସମାଚାର): ଦକ୍ଷିଣ ରାଉରକେଲା ଅଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ଲକ୍ଷ୍ମୀପୂଜା ମଣ୍ଡପର କର୍ମକର୍ତ୍ତାମାନଙ୍କୁ ରାଉରକେଲା ଇସ୍ପାତ କର୍ମଚାରୀ ସଂଘ (ଆରଆଇକେଏସ୍) ପକ୍ଷରୁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଇଛି। ଏହି ସହାୟତା ରାଶିକୁ ଆରଆଇକେଏସ୍ ପକ୍ଷରୁ ସାଧାରଣ ସମ୍ପାଦକ ଏବଂ ସଭ୍ଯମାନେ ପ୍ରଦାନ କରିଛନ୍ତି। ଦକ୍ଷିଣ ରାଉରକେଲା (ସେକ୍ଟର-୨୨) ଅଞ୍ଚଳରେ ବିଭିନ୍ନ ଲକ୍ଷ୍ମୀପୂଜା ମଣ୍ଡପ ମାନ ରହିଛି। ଏହି ଲକ୍ଷ୍ମୀପୂଜା ମଣ୍ଡପ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଲକ୍ଷ୍ମୀ ପୂଜା ବିଧି ପାଳନ ହେଉଛି। ବ୍ଯୟ ବହୁଳ ପରିବେଶରେ ପୂଜା ଅନୁଷ୍ଠିତ ହେଉଥିବାରୁ ଏଥିରେ ସାମାନ୍ଯତମ ହାତ ବଢାଇବାକୁ ଯାଇ ଅକ୍ଟୋବର ୧୧ ତାରିଖ ରାତିରେ ରାଉରକେଲା ଇସ୍ପାତ କର୍ମଚାରୀ ସଂଘର ସାଧାରଣ ସଂପାଦକ ରମେଶ ସାହୁ ୧୫ଟି ଲକ୍ଷ୍ମୀ ପୂଜା ମଣ୍ଡପକୁ ପ୍ରତ୍ଯେକ ୧ ହଜାର ଟଙ୍କା ସହଯୋଗ କରିବା ଦ୍ବାରା ପୂଜା ମଣ୍ଡପର କର୍ମକର୍ତ୍ତାମାନେ ସନ୍ତୋଷ ବ୍ଯକ୍ତ କରିଛନ୍ତି।ଏହି ପୂଜା ମଣ୍ଡପଗୁଡିକ ମଧ୍ଯରେ ରହିଛନ୍ତି ରଙ୍ଗିଲା ଛକ ଗଜଲକ୍ଷ୍ମୀ ପୂଜା ପେଣ୍ଡାଲ, ଫର୍ଟିଲାଇଜର ମା ମଙ୍ଗଳା ପୂଜା କମିଟି, ନାରାୟଣ ମାର୍କେଟ ନିଉ ପୂଜା କମିଟି, ନାରାୟଣ ମାର୍କେଟ ଜଗନ୍ନାଥ ମନ୍ଦିର ନିକଟସ୍ଥ ପୂଜା କମିଟି, ନବକୃଷ୍ଣ ନଗର କମିଟି, ଆଇଡିଏଲ୍ ମାର୍କେଟ ପୂଜା କମିଟି, ପୂର୍ଣ୍ଣାନନ୍ଦ ମାର୍କେଟ କମିଟି, ଲୋକନାଥ ମାର୍କେଟ ପୂଜା କମିଟି, ଏ ବି ଓ ସି ପୂଜା କମିଟି, ଫାୟାର ଫାଇଟିଂ କଲୋନୀ, ଟାଙ୍ଗରପାଲ୍ଲୀ ବସ୍ତି ପୂଜା କମିଟି ଗୁଡ଼ିକୁ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରାଯାଇଛି।

Leave a Reply

Your email address will not be published. Required fields are marked *