କଲିଆପଦର ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟଠାରେ ସୁରଭୀ କାର୍ଯ୍ୟକ୍ରମ ଅନୁଷ୍ଠିତ |
ରାଇଘର. ( ଉତ୍କଳ ସମାଚାର )ତା 12/10- ନବରଙ୍ଗପୁର ଜିଲ୍ଲା ରାଇଘର ଗୋଷ୍ଠୀ ଶିକ୍ଷା ଅଧିନସ୍ଥ କୁରାବେଡ଼ା ଆଞ୍ଚଳିକ ସାଧନକେନ୍ଦ୍ର ଅନ୍ତର୍ଗତ କଳିଆପଦର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଆଜି କ୍ଲଷ୍ଟର ସ୍ତରୀୟ ସୁରଭୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |କୁରାବେଡା କ୍ଲଷ୍ଟରର ସିଆରସିସି ପ୍ରଦୀପ୍ତ କୁମାର ମଲ୍ଲିକଙ୍କ ତତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ କୁରାବେଡା କ୍ଲଷ୍ଟର ଅଧୀନରେ ଥିବା 10ଗୋଟି ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଡ଼ିବେଟ, ଏସେ, ଡ୍ରଇଂ, କୁଇଜ, କ୍ରିଏଟିଭ ରାଇଟିଙ୍ଗ, ଏଲୋକେସନ, ଗୀତ ଓ ନୃତ୍ୟ ଭଳି ବିଭିନ୍ନ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ |କାର୍ଯ୍ୟକ୍ରମର ଶେଷରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଥିଲା |ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିକାଶ ସରକାର ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିବା ବେଳେ ସମ୍ମାନୀୟ ଅତିଥି ମାନଙ୍କ ମଧ୍ୟରେ ଦଶରୁ ମାଳି,ପୋଲବି ସାୟା.ବୃନ୍ଦାବନ ଦୁର୍ଗା ଜୟନ୍ତୀ ହାଲଦାର, ମହାନନ୍ଦ ଢାଳି, ହୀରାଲାଲ ମାଝୀ, ପିଲିସାୟ ଗଣ୍ଡ, ରଂଜିତ ମଣ୍ଡଳ, ସୁବରା ମିସ୍ତ୍ରୀ, ଆରତୀ ନାୟକ,ଅମ୍ବିକା ବୈଦୟ, ପ୍ରାଣ୍ୟରଞ୍ଜ ବିଦ୍ୟାର୍ଥୀ, ଘାସିରାମ ପାଙ୍ଗି, ପ୍ରଭୁଲାଲ ଗଣ୍ଡ, ଲିପିକା ହାଳଦର, ବାଳଚନ୍ଦ ଗଣ୍ଡଙ୍କ ସମେତ ଦଶ ଗୋଟି ବିଦ୍ୟାଳୟର ଗାଇଡ଼ ଶିକ୍ଷକମାନେ ମଞ୍ଚାସିନ ରହିଥିଲେ |ଆଜିର ଏହି ସୁରଭୀ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ଆଞ୍ଚଳିକ ଓ ପାଶ୍ଚାତ୍ୟ ନୃତ୍ୟ ସବୁ ପ୍ରଦର୍ଶନ କରି ଅତିଥି ମାନଙ୍କୁ ମନମୁଗ୍ଧ କରି ଦେଇଥିଲେ |ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିମନ୍ତ୍ରିତ ସମସ୍ତ ଅତିଥି ଓ ଅବିଭାବକ ମାନଙ୍କୁ ଧନ୍ୟବାଦ ଜଣେଇ କାର୍ଯ୍ୟକ୍ରମ ସମାପ୍ତ କରିଥିଲେ |
