ବିଜେଡି ପକ୍ଷରୁ “ଧନ୍ ଧନ୍ ଶ୍ରୀ ଗୁରୁ ତେଗବାହାଦୁର ଜୀ ଙ୍କ” ୩୫୦ ତମ ଶହୀଦ ଦିବସକୁ ସମର୍ପିତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ତଥା ପରିଜନଙ୍କୁ ମଧ୍ୟାହ୍ନ ଭୋଜନ ବଣ୍ଟନ
ସମ୍ବଲପୁର,୧୨/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ବିଜୁ ଜନତା ଦଳ, ସମ୍ବଲପୁର ପକ୍ଷରୁ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ଇଂ ରୋହିତ ପୂଜାରୀଙ୍କ ପ୍ରତ୍ୟକ୍ଷ ତତତ୍ଵାବଧାନରେ ଏବଂ ସମାଜସେବୀ ତଥା ବିଜେଡି ନେତା ହର୍ଦିପ ସିଂ ଭୂର୍ଜି (ବବି)ଙ୍କ ସ୍ଵଜନ୍ୟତାରେ ମୁଦିପଡ଼ା ସ୍ଥିତ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଧନ୍ ଧନ୍ ଶ୍ରୀ ଗୁରୁ ତେଗବାହାଦୁର ଜୀ ଙ୍କ” ୩୫୦ ତମ ସହିଦୀ ଦିବସକୁ ସମର୍ପିତ ଏବଂ ବିଜୁ ଜନତା ଦଳର “ଜନ ସଂପର୍କ ପଦଯାତ୍ରା” ଉପଲକ୍ଷେ ରୋଗୀମାନଙ୍କ ପରିଜନ ମାନଙ୍କୁ ବିଜୁ ଜନତା ଦଳ ସମ୍ବଲପୁର ର ଶତାଧିକ ନେତୃବୃନ୍ଦ ଏବଂ ସଦସ୍ୟଙ୍କ ଉପସ୍ଥିତିରେ ମଧ୍ୟାହ୍ନ ଭୋଜନ ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ବରିଷ୍ଠ ନେତା ସୁରୁବାବୁ ମେହେର, ବେଣୁଧର ଦାସ, ଏମ୍ ଡି ସନାଉଲା, ପ୍ରଫୁଲ୍ଲ ଦାସ, ସତ୍ୟେନ୍ଦ୍ର ଦାସ, ସୁବାସ ଜେନା, ପ୍ରଶାନ୍ତ ଥାପା, ପ୍ରହଲ୍ଲାଦ ଗୁରୁ, ପ୍ରଦୋଷ ମହାନ୍ତି, ରୁଦ୍ର ଷଡ଼ଙ୍ଗୀ, ଦେବାଶିଷ ପରିଡ଼ା, ସିପ୍ରା ମହାନ୍ତି, ଉଷା ପ୍ରଧାନ, ସଂଯୁକ୍ତା ମେହେର, ସଂଗୀତା ସ୍ୱାଇଁ, ସୌରୀ ପାଣଗ୍ରାହୀ, ଶୁକେଶ ସିଂ, ଦୁଲାଲ୍ ରାୟ, ଶେଷଦେବ ଗୁରୁ, ସନ୍ତୋଷ ମହାନ୍ତି, ଶୁଭେନ୍ଦୁ ସାହୁ, ଅନମୋଲ ଦାସ, ବୁବୁ ବେହେରା, ପ୍ରଶାନ୍ତ ନାୟକ, କାଳିଆ କୁସୁମ, ସୁଧାଂଶୁ ପୂଜାରୀ, ଗଣେଶ କରାଲି, ଫିରୋଜ୍ ରାଜା ପ୍ରମୁଖ ବହୁ ସଂଖ୍ୟାରେ ନେତୃବୃନ୍ଦ ଏବଂ କର୍ମୀ ଉପସ୍ଥିତ ରହି ଭୋଜନ ବଣ୍ଟନ କରିଥିଲେ।
