ରାଉରକେଲା ୮/୧,(ଉତ୍କଳ ସମାଚାର) ମହାତ୍ମା ଗାନ୍ଧୀ ଜୟନ୍ତୀ କମିଟି ପକ୍ଷରୁ ଆଜି ସେକ୍ଟର-୯ ସ୍ଥିତ ଲଗୁନ୍ ପାର୍କ ଠାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ୭୧ତମ ଜନ୍ମଦିନ ଓ ବନ୍ଧୁ ମିଳନ ପାଳିତ ହୋଇଯାଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ଜନ୍ମଦିନ ଜାନୁଆରୀ ୯ ତାରିଖ ହୋଇଥିବା ବେଳେ ତାଙ୍କ ଜନ୍ମଦିନ ଅବ୍ଯବହିତ ପୂର୍ବରୁ ଏହାକୁ ପାଳନ କରାଯାଇଛି। ମହାତ୍ମା ଗାନ୍ଧୀ ଜୟନ୍ତୀ କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀଙ୍କ ସଭାପତିତ୍ବରେ ଆୟୋଜିତ ଏହି ବନ୍ଧୁମିଳନ କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ପୁତୁରା ନିଶିକାନ୍ତ ରାୟ, ସମ୍ମାନୀତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ତଥା ବିଶିଷ୍ଟ ସ୍ତମ୍ଭକାର ଅରବିନ୍ଦ ଦାସ, ବରିଷ୍ଠ ସାମ୍ବାଦିକ ତଥା ଦୀନ ଦୟାଲ ମେଲର ସମ୍ପାଦକ ଶିବ ଶରଣ ମିଶ୍ର, ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ସମ୍ପାଦକ ଅରୁଣ ଦାଶ, ସମାଜସେବୀ ପି ପି ରାୟଙ୍କ ସମେତ ମହାତ୍ମା ଗାନ୍ଧୀ ଜୟନ୍ତୀ କମିଟିର ସାଧାରଣ ସମ୍ପାଦିକା ସବିତା ଖାତୁନ ଏବଂ କୋଷାଧ୍ୟକ୍ଷ ଚିନ୍ତା ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ମଞ୍ଚାସୀନ ସମସ୍ତ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଡାଏରୀ ଦେଇ ସମ୍ବର୍ଦ୍ଧିତ କରାଯିବା ସହ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ଜନ୍ମଦିନ ପାଳନ ଅବସରରେ କେକ୍ କାଟିଥିଲେ ମୁଖ୍ୟ ଅତିଥି ତଥା ଶ୍ରୀ ରାୟଙ୍କ ପୁତୁରା ନିଶିକାନ୍ତ ରାୟ। ସମ୍ମାନିତ ଅତିଥିମାନେ ଦିଲ୍ଲୀପ ରାୟଙ୍କ ରାଉରକେଲା ପ୍ରତି ଥିବା ଅବଦାନ ବିଷୟରେ ନିଜ ନିଜର ବକ୍ତବ୍ୟରେ କହିବା ସହିତ ତାଙ୍କର ଦୀର୍ଘାୟୁ କାମନା କରିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସାମ୍ବାଦିକମାନଙ୍କୁ ଉତ୍ତରୀୟ ଓ ନବବର୍ଷର ଡାଏରୀ ଦେଇ ସମ୍ମାନିତ କରାଯାଇଥିଲା। ମହାତ୍ମା ଗାନ୍ଧୀ ଜୟନ୍ତୀ କମିଟିର ସାଧାରଣ ସମ୍ପାଦିକା ସବିତା ଖାତୁନଙ୍କ ଅନୁରୋଧ କ୍ରମେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ମାତା ତଥା ସମାଜସେବୀ କଲ୍ଯାଣୀ ରାୟଙ୍କ ନାମରେ ଏକ ସ୍ମୃତି କମିଟି ଗଠନ ଓ ବୃଦ୍ଧା ଆଶ୍ରମ ନିର୍ମାଣକୁ ନେଇ ଏକ ବାକ୍ସରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟମାନେ ନିଜ ନିଜର ଫର୍ମ ପୂରଣ କରି ପକାଇଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସମ୍ପାଦିକା ସବିତା ଖାତୁନ।

