Uncategorized

ଆସୁଛି ଧନତେରାସ୍ ଏବଂ ଦୀପାବଳି : ପୂଜା ସାମଗ୍ରୀ ପାଇଁ ବଜାରରେ ଭିଡ

ରାଉରକେଲା ୧୪/୧୦,(ଉତ୍କଳ ସମାଚାର): ପାର୍ବଣ ଋତୁର ଆଗକୁ ଆସୁଛି ଧନତେରାସ୍ ଏବଂ ଦୀପାବଳି। ଅକ୍ଟୋବର ୧୮ ତାରିଖ ଠାରୁ ଆରମ୍ଭ ହେଉଛି ଧନତେରାସ୍। ବ୍ଯବସାୟ ପ୍ରତିଷ୍ଠାନମାନଙ୍କରେ ଅଗ୍ରପୂଜ୍ୟ ଗଣେଶଙ୍କ ସହିତ ମା ଲକ୍ଷ୍ମୀଙ୍କ ପୂଜାକୁ ପ୍ରାଧାନ୍ୟ ଦେଇ ଧନତେରାସ୍ ଏବଂ ଦୀପାବଳି ପାଳନ କରାଯାଏ। ସେହିପରି ଭ୍ରାତା ଲକ୍ଷ୍ମଣ, ଶ୍ରୀ ହନୁମାନଙ୍କ ସହିତ ପତ୍ନୀ ସୀତା ଓ ଶ୍ରୀରାମଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନକୁ ସମଗ୍ର ଭାରତ ବର୍ଷରେ ଦୀପାବଳି ଉତ୍ସବ ଭାବରେ ପାଳନ କରାଯାଇଥାଏ। ଧନତେରାସ୍ ଏବଂ ଦୀପାବଳିକୁ ନେଇ ରାଉରକେଲା ସହରର ପୂଜା ସାମଗ୍ରୀ ଦୋକାନ ସମେତ ମିଷ୍ଟାନ୍ନ ଦୋକାନ, ଲୁଗା ଦୋକାନ ଓ କୁମ୍ଭକାରଙ୍କ ମାଟି କଳସ, ମାଟି ଦୀପ ଇତ୍ୟାଦି ଦୋକାନମାନଙ୍କରେ କିଣାକିଣିକୁ ନେଇ ଭିଡ ଦେଖିବାକୁ ମିଳିଛି। ଏହିସବୁ ଦୋକାନରୁ ଧନତେରାସ୍ ଏବଂ ଦୀପାବଳି ପାଇଁ ଲୋକମାନେ ପୂଜା ସାମଗ୍ରୀ ସହିତ ଦୀପାବଳି ପାଇଁ ସାମଗ୍ରୀମାନ କିଣୁ ଥିବାରୁ ଭିଡ ମଧ୍ୟ ପରିଲକ୍ଷିତ ହେଉଛି। ରାଉରକେଲା ସହରର ଡେଲି ମାର୍କେଟ୍ ସମେତ ଉଦିତନଗର, ଛେଣ୍ଡ ଭିଏସ୍ଏସ୍ ମାର୍କେଟ, ପାନପୋଷ ମାର୍କେଟ୍, ବେଦବ୍ଯାସ, ଫର୍ଟିଲାଇଜର୍ ସହରାଞ୍ଚଳର ମାର୍କେଟ ସହ ଇସ୍ପାତ ସହରାଞ୍ଚଳର ସେକ୍ଟର-୧୯ ଆମ୍ବବାଗାନ୍ ମାର୍କେଟ, ଗଜପତି ମାର୍କେଟ ଓ ଅନ୍ୟାନ୍ୟ ମାର୍କେଟରେ ଏହି ଭିଡ ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *