ରାଉରକେଲା,9//1,(ଉତ୍କଳ ସମାଚାର) ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲା ର ଖଣ୍ଡାଧାର ପିକନିକ୍ ସ୍ଥଳକୁ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ ନେଇ ଘୋଷଣା କରାଯାଇଥିବା ପରିପ୍ରେକ୍ଷୀରେ ଏକ ସଚେତନତା କାର୍ଯ୍ୟକ୍ରମ ଏସପିସିବି ର ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ହୋଇଥିଲା l ଏସପିସିବି ର ରାଉରକେଲା ଆଞ୍ଚଳିକ ଅଧିକାରୀ ଡ଼. ଅନୁପ କୁମାର ମଲ୍ଲିକ ଆୟୋଜିତ ଏକ ସଭାରେ ଅଧ୍ୟକ୍ଷତା କରିଥିଲେ l ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ, ପିକନିକ୍ ଓ ପର୍ଯ୍ୟଟନ ସ୍ଥଳ ଗୁଡିକୁ ପ୍ଲାଷ୍ଟିକ ମୁକ୍ତ ପାଇଁ ଆମର ମାନସିକତାର ପରିବର୍ତ୍ତନ ଆବଶ୍ୟକ l ଓଡିଶା ରେ ଅନେକ ସ୍ଥାନ ପ୍ଲାଷ୍ଟିକ ମୁକ୍ତ ହୋଇଥିବା ବେଳେ, ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲା ରେ ଥିବା 40 ରୁ ଉର୍ଦ୍ଧ ପର୍ଯ୍ୟଟନ ଓ ପିକନିକ୍ ସ୍ଥଳ କୁ ପ୍ଲାଷ୍ଟିକ ମୁକ୍ତ ପାଇଁ ଅଭିଯାନ ଜାରି ରହିଛି l ଏଦିଗରେ ଜନସାଧାରଣ ଙ୍କ ସହଯୋଗ ସେ କାମନା କରିଥିଲେ l ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ଜେଏସଡବ୍ଲୁ ମାଇନିଙ୍ଗ ବିଭାଗ ବିଜିନେସ ହେଡ଼ ପ୍ରସନ୍ନ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ସେ ତାଙ୍କ ବକ୍ତବ୍ୟ ରେ କହିଲେ ଯେ, ପ୍ଲାଷ୍ଟିକ ପ୍ରଦୂଷଣ ର ମୂଳ କାରଣ କୁ ଚିହ୍ନଟ କରି ପ୍ରତିକାର କରାଯିବାର ଆବଶ୍ୟକତା ରହିଛି l ତେବେ ଜନ ସହଭାଗିତା ଜରୁରୀ ବୋଲି ମତ ଦେଇଥିଲେ l ଶିକ୍ଷାବିତ ତଥା ସମାଜସେବୀ ଏସ.ଏନ ମଲ୍ଲିକ, ବିଭାଗୀୟ ଉପ ପରିବେଶ ଯନ୍ତ୍ରୀ ଇଂ ରମଣୀ ରଞ୍ଜନ ଦାସ, ବିଜୟ କୁମାର ଭୋଇ ବକ୍ତବ୍ୟ ରଖିଥିଲେ l ୱା ଇ ଏମ ଏଫ ଆଇ ର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଏହି ଅବସରରେ ଅତିଥି ଓ ଉପସ୍ଥିତ ବ୍ୟକ୍ତି ବିଶେଷ ଶପଥ ପାଠ କରିଥିଲେ l ଅନ୍ୟ ବିଭାଗୀୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ l ପର୍ଯ୍ୟଟନ ଓ ପିକନିକ୍ ସ୍ଥଳ ରେ ବର୍ଜ୍ୟ ବସ୍ତୁ କିମ୍ୱା ପଲିଥିନ ନଫିଙ୍ଗିବାକୁ ପରାମର୍ଶ ଦିଆଯାଇଥିଲା l ସ୍ୱଛତା ବାଜୟୀ ରଖିବାକୁ ଆହ୍ୱାନ କରାଯାଇଥିଲା l ଖଣ୍ଡାଧାର ରେ ଆୟୋଜିତ କାର୍ଯ୍ୟକ୍ରମ ଅବସରରେ ବଣାଇ ଏସିଏଫ ଦୁର୍ଯ୍ୟୋଧନ ଜରାଇ ଙ୍କ ସମେତ ଲୋକେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ l

