ରାଉରକେଲା ୧୧/୧,(ଉତ୍କଳ ସମାଚାର)ସାରା ଦେଶରେ ରବିବାର ପାଳନ ହୋଇଛି ଏନ୍ସିସି ଦିବସ ବା ଜାତୀୟ ଶମର ଶିକ୍ଷାର୍ଥୀ ବାହିନୀ ଦିବସ ୧୯୪୮ ମସିହାରେ ମାତ୍ର ୨୦,୦୦୦ କ୍ୟାଡେଟଙ୍କ ସହିତ ପ୍ରତିଷ୍ଠା ହେବା ପରଠାରୁ, ଏନ୍ସିସି ୨୦ ଲକ୍ଷ କ୍ୟାଡେଟଙ୍କ ସହିତ ବିଶ୍ୱର ସର୍ବବୃହତ ୟୁନିଫର୍ମ ପିନ୍ଧା ଯୁବ ସଂଗଠନରେ ପରିଣତ ହୋଇଛି ଯେଉଁଥିରେ ୨୦୧୪ ରୁ ୨୦୨୫ ମଧ୍ୟରେ ୬ ଲକ୍ଷ କ୍ୟାଡେଟଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏନ୍ସିସି ଭାରତର ୭୮୦ ଜିଲ୍ଲା ମଧ୍ୟରୁ ୭୧୩ ଜିଲ୍ଲାକୁ ବିସ୍ତାର କରିଛି, ଯାହା ଏହାକୁ ଦେଶର ସବୁଠାରୁ ବ୍ୟାପକ ପ୍ରତିନିଧିତ୍ୱ କରୁଥିବା ଯୁବ ପ୍ରତିଷ୍ଠାନ ମଧ୍ୟରୁ ଅନ୍ୟତମ ହୋଇପାରିଛି ସାରା ଦେଶରେ ଏନ୍ସିସି କ୍ୟାଡେଟମାନେ ରକ୍ତଦାନ ଅଭିଯାନ, ବୃକ୍ଷରୋପଣ କାର୍ଯ୍ୟକଳାପ, ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ଏବଂ ନିଶା ମୁକ୍ତି ଅଭିଯାନ ଅଧୀନରେ ନିଶା ବିରୋଧୀ ସଚେତନତା କାର୍ଯ୍ୟକ୍ରମ ଭଳି ଜନସେବା ପଦକ୍ଷେପ ନେଉଛି ଏହି କ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସସ୍ମିତା ସାମଲଙ୍କ ମାର୍ଗଦର୍ଶନ ଏବଂ ଏନ୍ସିସି ଅଧିକାରୀ କ୍ୟାପ୍ଟେନ୍ ମୀନା ଦାସ ଏବଂ ଅନ୍ୟତମ ସହାୟକ ଅଧିକାରୀ ଅଧ୍ୟାପକ ତରଣୀ ମେହେରଙ୍କ ସହଯୋଗରେ ମହାବିଦ୍ୟାଳୟ ପରିସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ୨୧ତାରିଖ ଦିନ ବନ୍ଦେ ମାତରମ୍ ସଙ୍ଗୀତ ରଚନାର ୧୫୦ତମ ପୂର୍ତ୍ତି ଉପଲକ୍ଷେ ଏକ ଶୋଭାଯାତ୍ରା ଆୟୋଜିତ ହୋଇଥିଲା ଦିବସ ପାଳନ ଉପଲକ୍ଷେ ବନ୍ଦେ ମାତରମ୍ ସଙ୍ଗୀତର ରଚୟିତା ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଜୀବନୀ ଓ କୃତି ସମ୍ପର୍କରେ ଆଲୋଚନା କରାଯାଇଥିଲା ଏଥିରେ ମୁଖ୍ୟ ଅତିଥିଭାବେ ଭାରପ୍ରାପ୍ତ ଅଧିକାରୀ ମାୟାଧର ବାରିକ ଯୋଗଦେଇ ଏନ୍ସିସି କ୍ୟାଡେଟ୍ ଓ ସେମାନଙ୍କ କାର୍ଯ୍ୟ ସମ୍ପର୍କରେ ବକ୍ତୃତା ଦେବା ସହ ପତାକା ଉତ୍ତୋଳନ କରିଥିଲେ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଅଧ୍ୟାପକ ତଥା ପ୍ରଶାସନିକ ଅଧିକାରୀ ପ୍ରଶାନ୍ତ କୁମାର ସେଠୀ, ଅଧ୍ୟାପିକା ରାମେଶ୍ବରୀ ଭୋଇ ଏବଂ ଡ. ଅନ୍ନପୂର୍ଣ୍ଣା ମହନ୍ତ, ଡ. ପ୍ରିୟ ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ଏହି ଅବସରରେ ପୂର୍ବରୁ ଏନ୍ସିସି କ୍ୟାଡେଟ୍ମାନଙ୍କ ମଧ୍ୟରେ ଆୟୋଜିତ ହୋଇଥିବା ପ୍ରବନ୍ଧ ଏବଂ ଅନ୍ୟ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ଏହି ଅବସରରେ ଏନ୍ସିସି ପତାକା ଉତ୍ତୋଳନ ସହିତ ଏନ୍ସିସି ସଙ୍ଗୀତ ଗାୟନ କରାଯାଇଥିଲା କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ବର୍ଗର କ୍ୟାଡେଟ୍ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ହୋଇଥିଲା

