ରାଉରକେଲା:12//1,(ଉତ୍କଳ ସମାଚାର)ରୋଟାରୀ କ୍ଲବ୍ ଅଫ୍ ରାଉରକେଲା ଅର୍ବାନ ଦ୍ୱାରା ଆରସିସି ଗାଁ ବିରୁଆଲ ଠାରେ ଏକ ନିଶୁଲ୍କ ସମନ୍ୱିତ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରରେ ନିଃଶୁଳ୍କ ଡାକ୍ତରୀ ପରାମର୍ଶ, ରକ୍ତଚାପ ମାପ, ମଧୁମେହ ଟେଷ୍ଟ, ଓଜନ ମାପ, ଆଖି ପରୀକ୍ଷା ସହ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ପ୍ରାୟ ୬୫ ଜଣ ଗ୍ରାମବାସୀ ଏହି ଶିବିରରୁ ଲାଭାନ୍ୱିତ ହୋଇଥିଲେ। ରୋଟେରିଆନ୍ ଡା. କୁନାଲ ବୁର୍ମା ଓ ତାଙ୍କ ଆଖି ବିଭାଗ ଟିମ୍ ସଦସ୍ୟ ମିସ୍ ସୋନିଆ ସାହା ଓ ଦେସାଙ୍ଗି କୁଜୁର ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଦାନ କରିଥିଲେ। ପ୍ୟାଥୋଲୋଜି ବିଭାଗକୁ ରୋଟେରିଆନ୍ ଅରୁଣ କୁମାର ସିଂହ ଓ ସନ୍ଧ୍ୟା ନିକିତା ବାରା ପରିଚାଳନା କରିଥିଲେ। ଅନ୍ୟାନ୍ୟ ଡାକ୍ତରୀ ପରାମର୍ଶ ଓ ଚିକିତ୍ସା ସେବା ଡା. ସମନ୍ତ କୁମାର ସାହୁ ନେତୃତ୍ୱ ଦେଇଥିଲେ। ଏହି ପ୍ରକଳ୍ପଟି କ୍ଲବ୍ ଅଧ୍ୟକ୍ଷ ରୋଟେରିଆନ୍ ଇଂ ଉଦିତ କୁମାର ସାହୁଙ୍କ ଯୋଜନା ଓ ପରିଚାଳନାରେ ସଫଳ ହୋଇଥିଲା। ଅନ୍ୟ ସଦସ୍ୟ ପ୍ରେସିଡେଣ୍ଟ ଇଲେକ୍ଟ ରୋଟାରିଆନ ଡି ମୋହନ ରାଓ, ଉପାଧ୍ୟକ୍ଷ ରୋଟାରିଆନ ମଞ୍ଜୁରାଣୀ ମେହେର,ରୋଟାରିଆନ ଡାକ୍ତର ପ୍ରଭାତ କୁମାର ମହାନ୍ତି , ରୋଟାରିଆନ ଅଶ୍ବିନୀ ପାତ୍ର, ରୋଟାରିଆନ ଉଷାରାଣୀ ଦାସ,ରୋଟାରିଆନ ଦେବବ୍ରତ ନାୟକ, ରୋଟାରିଆନ ପ୍ରଦୀପ ଦାସ,ରୋଟାରିଆନ ବନାନୀ ଦାସ,ରୋଟାରିଆନ ପଦ୍ମିନୀ ସାହୁ, ମୀନା ମହାନ୍ତି, ସସ୍ମିତା ନାୟକ, ରୋଟ୍ରିଲେଟ୍ ହର୍ସିତା, ଗୋବିନ୍ଦ, ଶ୍ର ବିନାଦିନୀ ତାଣ୍ଟୀ ଓ ମୋନାରମା ମହାକୁଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

