ରାଉରକେଲା:14//1,(ଉତ୍କଳ ସମାଚାର) ସହରର ଅନ୍ୟତମ ସାଂସ୍କୃତିକ ଅନୁଷ୍ଠାନ ଶାରଳା ସାଂସ୍କୃତିକ ପରିଷଦର ୫୫ତମ ବାର୍ଷିକ ଅଧିବେଶନ ଓ ନୂତନ କର୍ମକର୍ତ୍ତା ନିର୍ବାଚନ ପରିଷଦର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସଭାପତି ଆର୍ତ୍ତଭଞ୍ଜନ ମଲ୍ଲିକଙ୍କ ସଭାପତିତ୍ବ କରିଥିଲାବେଳେ ପଞ୍ଚାନନ ମହାପାତ୍ର ମଞ୍ଚ ସଂଯୋଜନାରେ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଅରକ୍ଷିତ କୁମାର ପାତ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲାବେଳେ କୋଷାଧ୍ୟକ୍ଷ ଅରବିନ୍ଦ ସ୍ବାଇଁ ବିଗତ ବର୍ଷର ଆୟବ୍ୟୟ ବିବରଣୀ ପ୍ରଦାନ କରିଥିଲେ। ଉପଦେଷ୍ଟା ରାଧାନାଥ ରାଉତ, ବିଜୟ ନାରାୟଣ ମହାନ୍ତି, ବୈଷ୍ଣବ ଚରଣ ତ୍ରିପାଠୀ, ତ୍ରିଲୋଚନ ପରିଡା, ସତ୍ୟାନନ୍ଦ ବେହେରା, ବିଘ୍ନେଶ ସ୍ବାଇଁ ପ୍ରମୁଖ ଅନୁଷ୍ଠାନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ମତ ରଖିଥିଲେ। ପ୍ରାରମ୍ଭରେ ସଭାପତି ଶ୍ରୀ ମଲ୍ଲିକ ସ୍ବାଗତ ଭାଷଣ ଦେଇଥିଲେ। ପରେ ଦ୍ବିତୀୟ ପର୍ଯ୍ୟାୟରେ ନୂତନ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା। ଉପଦେଷ୍ଟା ବୈଷ୍ଣବ ଚରଣ ତ୍ରିପାଠୀ ସଭାପତିତ୍ବରେ ପର୍ଶୁରାମ ପଟ୍ଟନାୟକ ନିର୍ବାଚନ ପ୍ରକ୍ରିୟା ପରିଚାଳନା କରିଥିଲେ। ନବନିର୍ବାଚିତ କର୍ମକର୍ତ୍ତାଙ୍କ ମଧ୍ୟରେ ସଭାପତି ଭାବେ ଆର୍ତ୍ତଭଞ୍ଜନ ମଲ୍ଲିକ, କାର୍ଯ୍ୟକାରୀ ସଭାପତି ପର୍ଶୁରାମ ପଟ୍ଟନାୟକ, ଉପସଭାପତି ଶରତ ଚନ୍ଦ୍ର ପାଣ୍ଡବ, ସାଧାରଣ ସମ୍ପାଦକ ଅରକ୍ଷିତ କୁମାର ପାତ୍ର, ସମ୍ପାଦକ ପ୍ରତାପ କୁମାର ପତି, ସଂଗଠନ ସମ୍ପାଦକ ରବିନ୍ଦ୍ର ନାଥ ବେହେରା, ପାଠାଗାର ସମ୍ପାଦକ ଜୟନ୍ତ କୁମାର ବେହେରା,ଲୋକ ସମ୍ପର୍କ ସମ୍ପାଦକ ସୁଶିଲ କୁମାର ପାତ୍ର, ସାଂସ୍କୃତିକ ଯୁଗ୍ମ ସମ୍ପାଦକ ନବୀନ କୁମାର ବିନ୍ଧାଣୀ, ପାଠାଗାର ଯୁଗ୍ମ ସମ୍ପାଦକ ହେମନ୍ତ କୁମାର ମହାରଣା, କୋଷାଧ୍ୟକ୍ଷ ଭାବେ ଅରବିନ୍ଦ କୁମାର ସ୍ବାଇଁ ନିର୍ବାଚିତ ହୋଇଥିଲେ। ସେହିପରି ନିର୍ବାଚିତ କାର୍ଯ୍ୟକାରୀ ସଦସ୍ୟ ଭାବେ ସର୍ବଶ୍ରୀ ବିଜୟ କୁମାର ନାୟକ, ବ୍ରଜବନ୍ଧୁ ବାରିକ, ପଙ୍କଜ କୁମାର ମହାନ୍ତି, ଉପେନ୍ଦ୍ର କୁମାର ନନ୍ଦ, ରବିନ୍ଦ୍ର କୁମାର ପଣ୍ଡା, ମଧୁସୂଦନ ମହାରଣା, ଗିରିଜା ପ୍ରସନ୍ନ ଶତପଥୀ ପ୍ରମୁଖ ନିର୍ବାଚିତ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୁଣନିଧି ଲେଙ୍କା, ରାଜେନ୍ଦ୍ର କୁମାର ମହାପାତ୍ର, ସନାତନ ଦାସ,ସତ୍ୟ ପଟ୍ଟନାୟକ, ବିରେନ୍ଦ୍ର କୁମାର ନାଥ, ଅଜୟ କୁମାର ମହାପାତ୍ର, ପ୍ରଦୀପ କୁମାର ଗୈ।ଡ, ମନୋଜ କୁମାର ମହାପାତ୍ର, ଗୋପାଳ ସାହୁ, ଦିଲିପ କୁମାର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସାଂସ୍କୃତିକ ସମ୍ପାଦକ ପଞ୍ଚାନନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

