ପାପଡାହାଣ୍ଡି -16:1:26-(ଉତ୍କଳ ସମାଚାର) ଖରକି ଗ୍ରାମବାସୀଙ୍କ ବାଇପାସ ରାସ୍ତାର ସମସ୍ୟା ସମାଧାନ କରିଲେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ,ଖରକି ଗ୍ରାମବାସୀ ବହୁ ଦିନ ରୁ ବ୍ଲକ କାର୍ଯ୍ୟାଳୟ ଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପାଖରେ ବହୁ ଗୁହାରି କରିଥିଲେ ତାସହ ଏମ ବି ପି ଏଲ କମ୍ପାନୀ କୁ ମଧ୍ୟ ଗୁହାରି କରି ଆସୁଥିଲେ କିନ୍ତୁ ସମସ୍ୟାର ସମାଧାନ ହୋଇପାରୁନଥିଲାଆଜି ଡାବୁଗାଁ ବିଧାୟକ ମୋନହର ରନ୍ଧାରୀ ଙ୍କ ହସ୍ତକ୍ଷେପ ପରେ ବାଇ ପାସ ରାସ୍ତା ର ସ୍ଥାୟୀ ସମାଧାନ ହୋଇଛି | ସୂଚନା ଅନୁଯାୟୀ ଖରକି ଗ୍ରାମର ଲୋକେ ଭାରତମାଳା ରାସ୍ତା ନିର୍ମାଣ ଦିନଠୁ ବାଇପାସ ରାସ୍ତା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହୋଇ ଆସୁଥିଲେ |ଏନେଇ ଗ୍ରାମବାସୀ ବହୁ ସରକାରୀ କାର୍ଯ୍ୟାଳୟ ଯାଇ ଥକିଯାଇଥିଲେ |ଆଜି ଘଟଣା ସ୍ଥଳକୁ ଡାବୁଗାଁ ବିଧାୟକ ମୋନହର ରନ୍ଧାରୀ ଉପସ୍ଥିତ ରହି ସମସ୍ୟାର ସମାଧାନ ର ବାଟ କାଢ଼ିଛନ୍ତି | ଭାରତମାଳା ରାସ୍ତା ଖରକି ଗ୍ରାମ ଦେଇ ଯାଉଛି , ଖରକି ଗ୍ରାମର ଜନବସତି ରାସ୍ତା ର ଏକ ପାଖରେ ଥିବା ବେଳେ ରାସ୍ତା ର ଅନ୍ୟ ପାଖରେ ଚାଷ ଜମି ରହିଛି |ଫଳରେ ଚାଷ ଜମି ଯିବାକୁ ବାଇପାସ ରାସ୍ତା ବ୍ରିଜ ସଂଖ୍ୟା ୨୨୫/୭ ନିର୍ମାଣ କରାଯାଇଥିଲା | କିନ୍ତୁ ସେହି ବ୍ରିଜ ତଳେ ତିନି ଫୁଟ ମାଟି ରହିଯାଉଥିଲା ଏହା ସଙ୍ଗେ ପାଣି ଚାରିଫୁଟ ରହିଯାଉଥିଲା |ଯାହାଫଳରେ ଗ୍ରାମବାସୀ ସେମାନଙ୍କ ଚାଷ ଜମିକୁ ଯାଇପାରୁନଥିଲେ | ଚାଷ ଜମିକୁ ଯିବାକୁ ହେଲେ ୭ କିଲୋମିଟର ଯିବାକୁ ପଡୁଥିଲା |ଯଦ୍ୱାରାବୋହୁ ଅସୁବିଧାର ସମ୍ମୁଖୀନ ଗ୍ରାମବାସୀ ହେଉଥିଲେ |ଆଜି ବିଧାୟକ ଏନ ଏଚ ଏ ଆଇ ଡେପୁଟି ମେନେଜର ବରୁଣ କୁମାର , ଉପଜିଲ୍ଲାପାଳ ପ୍ରକାଶ ମିଶ୍ର , ସାଇଡ ମେନେଜର ଅମିତେଶ ସାହା, ପାପଡାହାଣ୍ଡି ତହସିଲଦାର ତପନ କୁମାର ନାୟକ , ପାପଡାହାଣ୍ଡି ଉପାଧକ୍ଷ ସୁଶାନ୍ତ କୁମାର ବେହେରା , ବିଧାୟକ ପ୍ରତିନିଧି ରଜନୀକାନ୍ତ ସସମାଲ , ଶିବ ପ୍ରସାଦ ଅଗ୍ରୱାଲ , ଏବଂ ଗ୍ରାମ ବାସୀଙ୍କ ମିଳିତ ବୈଠକରେ ଏହି ସମସ୍ୟାର ସ୍ଥାୟୀ ସମାଧାନ କରାଯିବ ଏବଂ ଆଗାମୀ ଭବିଷ୍ୟତ ରେ କୌଣସି ସମସ୍ୟା ରହିବନାହିଁ ବୋଲି ଏନ ଏଚ ଏ ଆଇ ଡେପୁଟି ମେନେଜର ବରୁଣ କୁମାର କହିଥିଲେ ଏବଂ ତୁରନ୍ତ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଥିଲେ |ଏହାପରେ ସ୍ଥାନୀୟ ଗ୍ରାମବାସୀ ବିଧାୟକ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଇଥିଲେ

