ରାଉରକେଲା:16//1,(ଉତ୍କଳ ସମାଚାର) ସେକ୍ଟର ୨୦ ନେହେରୁ ପଲ୍ଲୀ ମିଶ୍ର ଖଟାଲ ସ୍ଥିତ ଶ୍ରୀ ଶ୍ରୀ ରାମେଶ୍ବର ମହାଦେବଙ୍କ ଦ୍ବାଦଶ ପୂର୍ତ୍ତି ଉପଲକ୍ଷେ ୧୧ଦିନ ବ୍ୟାପି ବିଶ୍ଵଶାନ୍ତି ରୁଦ୍ରମହାଯଜ୍ଞ ସମ୍ପନ୍ନ ହୋଇଯାଇଛି। ଗତ ୪ ତାରିଖରୁ ଆରମ୍ଭ ହୋଇ ଏହା ୧୪ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ବିଭିନ୍ନ ଦିନ ସୂର୍ଯ୍ୟ ପୂଜା,ଶାଳାପୂଜା, ସ୍ତବସ୍ତ୍ରୋତ୍ର ପାଠ, ସନ୍ଧ୍ୟା ଆଳତୀ, ପୁଷ୍ପାଞ୍ଜଳି ଓ ନାମକିର୍ତ୍ତନ କରାଯାଇଥିଲା। ମନ୍ଦିରର ସଭାପତି ଜଗନ୍ନାଥ ରାଉତ ଓ ମୁଖ୍ୟ କାର୍ଯ୍ୟକର୍ତ୍ତା ଗଣେଶ ଜୟସିଂହ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପୁରୀ ରୁ ବେଦଜ୍ଞ ବ୍ରାହ୍ମଣ ପଣ୍ଡିତ ଡ଼ଃ ପ୍ରଶାନ୍ତ କୁମାର ଷଡଙ୍ଗୀ, ରଞ୍ଜନ କୁମାର ତ୍ରିପାଠୀ, ସନ୍ତୋଷ କୁମାର କର, ଦିପ୍ତିରଞ୍ଜନ ଦୀକ୍ଷିତ , ଉମାଶଙ୍କର ଦୀକ୍ଷିତ, ଜ୍ଞାନରଞ୍ଜନ ଷଡ଼ଙ୍ଗୀ, ବୃନ୍ଦାବନ ଦାଶ, ସନ୍ତୋଷ ମହାପାତ୍ର, ହୃଷିକେଶ ତ୍ରିପାଠୀ ପ୍ରମୁଖ ପୂଜକ ଭାବେ, ମୁଖ୍ୟକର୍ତ୍ତା ଭାବେ ଦୁଃଖିଶ୍ୟାମ ଜୟସିଂହ,ସୁମାମଣୀ ଜୟସିଂହ,ଉପକର୍ମକର୍ତ୍ତା ଅମର ସିଂ ଓ ଉମାଦେବୀ ତଥା ମୁଖ୍ୟ ପୂଜକ ଭାବେ ପଣ୍ଡିତ ପ୍ରଫୁଲ୍ଲ କୁମାର ଦାଶ ଦାୟିତ୍ଵ ନିର୍ବାହ କରିଥିଲେ। ବିଭିନ୍ନ ଦିନରେ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ, ପ୍ରାକ୍ତନ ବିଧାୟକ ସୁବ୍ରତ ତରାଇ, ପ୍ରଭାତ ମହାପାତ୍ର, ଦେବାଶିଷ ମହାନ୍ତି, ଗଣେଶ ବାଗାଡିଆ,ଜୁଲି ମିଶ୍ର,ସୁକେଶ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ସହରର ବହୁ ସାମ୍ବାଦିକ, କାର୍ଯ୍ୟରେ ସହଯୋଗ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଧୀରେନ୍ଦ୍ର ଓଝା,ଶ୍ୟାମଲାଲ ବଡାଇକ, ନାରାୟଣ ସିଂ, ରମେଶ ଯାଦବ, ଅମୂଲ୍ୟ ରାଉତ,ଗୋକୁଳି ମହାପାତ୍ର, ପ୍ରଫୁଲ୍ଲ ସ୍ବାଇଁ,ଲିଲି ମିଶ୍ର, ଶ୍ରୀଚରଣ ଚୈ।ଧୁରୀ, ଲୋକନାଥ ନନ୍ଦ, ପ୍ରଫୁଲ୍ଲ ଦାସ, କାର୍ତ୍ତିକ ଜୟସିଂହ, ରାକେଶ ଚାନ୍ଦ,ଲିଳିମା ଜୟସିଂହ, ବଳରାମ ମାହନ୍ତ,ମାନସ ରଞ୍ଜନ ପରିଡ଼ା, ସୁରେଶ ମହାନ୍ତି ପ୍ରମୁଖଙ୍କ ସହ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

