ପାପଡାହାଣ୍ଡି, 17.1.2026-(ଉତ୍କଳ ସମାଚାର)ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପୋଣ୍ଡିକୋଟ ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟ ସ୍ତରୀୟ ପ୍ରଥମ ପିଏମ ଶ୍ରୀ ଉତ୍ସବ ପାଳନ ହୋଇଯାଇଛି. ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପିଣ୍ଟୁ ନାୟକ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ରୂପେ ଡାବୁଗାଁ ବିଧାୟକ ମନହୋର ରନ୍ଧାରୀ, ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ ବ୍ଲକ ଅଧକ୍ଷା ହେମଳତା ମାଝୀ, ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା, ସାଂସଦ ପ୍ରତିନିଧି ସୋମନାଥ ପୂଜାରୀ, ଜିଲ୍ଲା ପରିଷଦ ସଭ୍ୟା ଡ. ଲିପିକା ମାଝୀ, ଜିଲ୍ଲା ପରିଷଦ ସଭ୍ୟ ଯଶବନ୍ତ ନାୟକ, ଗଣଶିକ୍ଷା ମନ୍ତ୍ରୀ ପ୍ରତିନିଧି ଲିଙ୍ଗରାଜ ଭତରା, ସରପଞ୍ଚ ବାବୁଲା ଭତରା, ସମିତି ସଭ୍ୟା ଉମାରାଣୀ ବିଶ୍ୱାଳ, ପୂର୍ବତନ ସରପଞ୍ଚ ଯୁଧେଷ୍ଟି ଯାନୀ ପ୍ରମୁଖ ମଞ୍ଚାସିନ ହୋଇଥିଲେ. ବିଧାୟକ ଶ୍ରୀ ରନ୍ଧାରୀ ରିବନ କାଟି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ. ଆତ୍ମ ନିର୍ଭର ଭାରତ, ଜୀବିକା ଆତ୍ମ ନିଭର ଶିଳ ପ୍ରକୁତି ମାଧ୍ୟମରେ ଶିକ୍ଷଣ ବିକଶିତ ଭାରତ, 2026 ମସିହା ରେ ଭାରତ ର ଆନ୍ତର୍ଜାତିକ ସ୍ତର ରେ ଉନ୍ନତି କରିବା ଏହାର ମୁଖ୍ୟ ଉଦ୍ୟେଶ ରହିଥିଲା.ଏହା ପରେ ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ.
ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଏବିଓ ବାଳକ ଦାସ ରନ୍ଧାରୀ ଯୋଗ ଦେଇଥିଲେ.ବିଭିନ୍ନ କ୍ଷେତ୍ର ରେ କୃତି ଛାତ୍ରଛାତ୍ରୀ କୁ ମଞ୍ଚାସିନ ଅତିଥି ପୁରୁସ୍କୃତ କରିଥିଲେ ଶିକ୍ଷକ ସୁଦାମ ସେଠି ମଞ୍ଚ ପରିଚାଳନା କରିଥିଲେ.ଶିକ୍ଷକ ବୈକୁଣ୍ଠ ରାଉତ, ସଂଜୀବ ବଡ଼ ଗୁଚିଆ, ନାରାୟଣ ଭତରା, ଜୟନ୍ତୀ କରକୋରା, ହୃଷିକେଶ ବିଷୋୟୀ, କିରଣ ପରିଡା, ବବିତା ଯାନୀ, କୁନୀଲତା ନାୟକ, ଦିବାକର ହରିଜନ ରୋହନ ପଟ୍ଟନାୟକ, ପ୍ରକାଶ ପ୍ରଧାନ, ପରିଚାଳନା ରେ ସାହାଯ୍ୟ କରିଥିଲେ.

