ପାପଡାହାଣ୍ଡି -27:1:26-(ଉତ୍କଳ ସମାଚାର)ପାପଡାହାଣ୍ଡି ଭଳି ଗୋଟିଏ ବଡ଼ ବ୍ଲକରେ ଦୀର୍ଘ 6 ମାସ ହେବ ସ୍ଥାୟୀ ଗୋଷ୍ଟି ଶିକ୍ଷା ଅଧିକାରୀ ନାହାନ୍ତି, ତେନ୍ତୁଳୀଖୁଣ୍ଟି ବିଇଓ ପାପଡାହାଣ୍ଡି ବ୍ଲକ ସହିତ ଆହୁରି 4 ଗୋଟି ଅତିରିକ୍ତ ଦାୟିତ୍ୱ ରେ ରହିଛନ୍ତି, ବ୍ଲକର ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ଅନୁଦାନ ଆସୁଥିବା ସତ୍ତ୍ୱେ ଅଧିକାଂଶ ବିଦ୍ୟାଳୟରେ ପାରିପାର୍ଶ୍ବିକ ଉନ୍ନତି ପରିଲକ୍ଷିତ ହେଉନାହିଁ, ଅନେକ ବିଦ୍ୟାଳୟ କାନ୍ଥରେ ଦୀର୍ଘ ବର୍ଷ ହେବ ରଙ୍ଗ ଦିଆ ହେଉନାହିଁ, ଶୌଚାଳୟର ଅବସ୍ଥା ମଧ୍ୟ ଠିକରେ ନାହଁ, ବିଦ୍ୟାଳୟ ମାନଙ୍କରେ ଘାସ, ବୁଦା ଦେଖିବାକୁ ମିଳୁଛି,ଠିକରେ ସଫା ମଧ୍ୟ ହେଉନାହିଁ,ବିଦ୍ୟାଳୟଗୁଡିକରେ ବିଦ୍ୟୁତ ନାହିଁଁ, କେତେକ ବିଦ୍ୟାଳୟରେ ଶିକ୍ଷକ,ଶିକ୍ଷୟିତ୍ରୀ ଡେରିରେ ପହଞ୍ଚୁଥିବାରୁ ବିଦ୍ୟାଳୟ ର ଫାଟକ ସକାଳ 10 ଟା ପରେ ଖୋଲାହେଉଥିବା ଦେଖିବାକୁ ମିଳୁଛି, ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଉପସ୍ଥାନ ସୂଚନା ପ୍ରତ୍ୟେକ ଦିନ 12ଟା ପୂର୍ବରୁ ପ୍ରଦାନ ନିୟମ ରହିଥିବା ବେଳେ ଅନେକ ବିଦ୍ୟାଳୟ 4ଟା ପରେ ପ୍ରଦାନ କରୁଛନ୍ତି, ମଧ୍ୟାହ୍ନ ଭୋଜନରୁ ମାଣ୍ଡିଆ ଲଡ଼ୁ ବର୍ତ୍ତମାନ ପ୍ରାୟ ଦେଖିବାକୁ ମିଳୁନାହିଁ ବା ଆକାର ଛୋଟ ହୋଇଯାଇଛି, କେତେଗୁଡ଼ିଏ ବିଦ୍ୟାଳୟ ମାତ୍ର ଜଣେ, ଜଣେ ଶିକ୍ଷକ, ଶିକ୍ଷୟିତ୍ରୀରେ ଚାଲିଛି, ଆଉ କେତେକ ବିଦ୍ୟାଳୟରେ ଶିକ୍ଷକ ମାନେ ପାଳିରେ ଆସୁଥିବା ସୂଚନା ମିଳିଛି, କେତେକ ବିଦ୍ୟାଳୟରେ ପୂଜାଛୁଟି ଏବଂ ଏକ୍ସମାସ ଛୁଟିର ଗୋଟିଏ ସପ୍ତାହ ପୂର୍ବରୁ ଉପକୁଳ ଅଞ୍ଚଳର ଶିକ୍ଷକ ମାନେ ବିନା ଛୁଟି ରେ ଚାଲିଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି ଏବଂ କେତେକ ଶିକ୍ଷକ ଶିକ୍ଷୟିତ୍ରୀମାନେ ଦୀର୍ଘ ବର୍ଷରୁ ଗୋଟିଏ ବିଦ୍ୟାଳୟରେ ସ୍ଥାୟୀ ଭାବେ ରହିଥିବା ମଧ୍ୟ ଦେଖିବାକୁ ମିଳୁଛି,ଏଥିରୁ ଅନୁମେୟ ଯେ ଶିକ୍ଷାବିଭାଗର ଅଧିକାରୀମାନେ କିପରି ବିଦ୍ୟାଳୟଗୁଡିକୁ ନିୟମିତ ପରିଦର୍ଶନ କରୁଛନ୍ତି, ବ୍ଲକ ଶିକ୍ଷାବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନଙ୍କ କୋହଳ ମନୋଭାବରେ ଏହିସବୁ କାର୍ଯ୍ୟ ଚାଲିଥିବା ଏହି ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ଏବଂ ବେଳ ଥାଉ ଥାଉ ଶିକ୍ଷା ବିଭାଗରେ ଆମୂଳଚୁଳ ପରିବର୍ତ୍ତନ କରାନଯାଏ ତେବେ ବ୍ଲକର ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିବ ବା ନିମ୍ନଗାମୀ ହେବ ବୋଲି ମଧ୍ୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି l
