ପାପଡାହାଣ୍ଡି 31.1.2026:(ଉତ୍କଳ ସମାଚାର)ତାରିଖ ରେ ଦଳେଇଗୁଡ଼ା ଏସ. ଏସ. ଡି. ଉଚ୍ଚ ପ୍ରାଥମିକ ବାଳିକା ବିଦ୍ୟାଳୟ ଠାରେ 17ତମ ବାର୍ଷିକ ଉଛବ ପାଳନ କରାଗଲା ଏହି ଅବସରରେ ବିଦ୍ୟାଳୟ ରେ ଅଧ୍ୟୟନ ଛାତ୍ରୀ ମାନେ ଆମତ୍ରିତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ପାଛୋଟି ଆଣିଲେ ପ୍ରଥମେ ଆଗ୍ରପୂଜ୍ୟ ଶ୍ରୀ ଗଣେଶ ଙ୍କ ମୂର୍ତ୍ତିରେ ଫୁଲମାଲ ଓ ପ୍ରଦୀପ ଜଳାଇ ସଭାକାର୍ଯ୍ୟ ଆରମ୍ଭ କରିଥିଲେ. ତାପରେ ଉପସ୍ଥିତ ଅତିଥି ମାନଙ୍କୁ ପୁଷ୍ପଗୁଛ ସହିତ ଉପଢୌକନ ପ୍ରଦାନ କରିଥିଲେ. ତାପରେ ଛାତ୍ରୀ ମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ଏହାପରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରମତି ପ୍ରଭାତୀ ବେହେରା ବିଦ୍ୟାଳୟ ର ବାର୍ଷିକ ବିବରଣୀ ପାଠକରିଥିଲେ ଓ ସରକାର ଠାରୁ ଛାତ୍ରୀ ମାନଙ୍କୁ ଟଙ୍କା ଓ ଅନ୍ୟ ସୁବିଧା ବିଷୟରେ କହିଲେ ଓ ଗତବର୍ଷ ଦଶମ ଶ୍ରେଣୀ ପିଲାମାନେ ଶତପ୍ରତିଶତ ପାସ ହୋଇଥିବା କହିଲେ. ଏହି ବିଦ୍ୟାଳୟ ଗତ ତିନି ବର୍ଷ ହେଲା ଜିଲ୍ଲା ସ୍ତରୀୟ ସରିଗୀ ଫୁଲ କାର୍ଯ୍ୟକ୍ରମ ସଫଳତା ସହିତ କରିଆସୁଛି ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧକ୍ଷ ଶ୍ରୀଯୁକ୍ତ ମୋତିରାମ ନାୟକ ଓ ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ସୋମନାଥ ପୂଜାରୀ, ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ରଜନୀକାନ୍ତ ଶାସମଲ. ମୁଖ୍ୟବକ୍ତାନବରଙ୍ଗପୁର ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ପାଲକା ରବୀନ୍ଦ୍ର, ପାପଡାହାଣ୍ଡି ବ୍ଲକ ଉପାଧକ୍ଷ ଶ୍ରୀଯୁକ୍ତ ଶୁଶାନ୍ତ କୁମାର ବେହେରା ସଂମାନୀୟ ଅତିଥି ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ଭରତ କୁମାର ସାହୁ ଓ ସୁଶ୍ରୀ ନିବେଦିତା ବିଶ୍ୱାଳ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ରୀଯୁକ୍ତ ଦବବ୍ରତ ପରିଡା ସଭାର ସଭାପତି ଶ୍ରୀମତୀ ପ୍ରଭାତୀ ବେହେରା ପଣ୍ଡିକୋଟ ପୂର୍ବତନ ସରପଞ୍ଚ ଶିବ ପ୍ରସାଦ ଅଗ୍ରବାଲ ଓ ଅନ୍ୟ ବିଦ୍ୟାଳୟ ରୁ ଆମତ୍ରିତ ଅତିଥି ମାନେ ମଞ୍ଚାସିନ ଥିଲେ. ଶାନ୍ତି ଶୃଙ୍ଖଳା ପାଇଁ ପାପଡାହାଣ୍ଡି ପୋଲିସ ପକ୍ଷରୁ ଏ ଏସ ଆଇ ରାମଚନ୍ଦ୍ର ନାୟକ, ଏ ଏସ ଆଇ ସଞ୍ଜୁଲତା ମେଲକା, ହେଡ଼ କନେଷ୍ଟେବଳ ଗୌର ଚନ୍ଦ୍ର ବିଷୋୟା କନଷ୍ଟେବଳ ମାଧବ ଜାନି ଓ ଗୃହରଖି କର୍ଣ୍ଣ ନାୟକ ଉପସ୍ଥିତ ଥିଲେ ଶେଷରେ ଛାତ୍ରୀ ମାନେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ

