ନବରଙ୍ଗପୁର ତା ୩.୨.୨୦୨୬:(ଉତ୍କଳ ସମାଚାର) ରିଖ, ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ରେ District Level Seminar ଅନୁଷ୍ଠିତ ହୋଇଯାଇଅଛି। ଏହି ଆଲଚନ। ଚକ୍ର ରେ କୋରାପୁଟ IGNOU ର Regional Director ଡ ଲତିକା ମିଶ୍ର keynote speaker ରୂପେ ଯୋଗଦାନ କରିଥିଲେ ଏବଂ ନବରଙ୍ଗପୁରର ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଛତ୍ରପତି ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଉଭୟ ଶିକ୍ଷା ସହ ଛାତ୍ର ଛାତ୍ରୀ ମାନଙ୍କ ର ଅବେଗିକ, ନୈତିକ ବିକାଶ କୁ ଗୁରୁତ୍ଵ ଦେବାକୁ କହିଥିଲେ। ସମ୍ମାନିତ ଅତିଥି ରୂପେ VD university Jeypore ର ଡ ମନୋରଞ୍ଜନ ପ୍ରଧାନ ଯୋଗଦେଇ ପିଲାମାନଙ୍କୁ ନିଜର କର୍ତ୍ତବ୍ୟ ଠିକ ଭାବରେ ପାଳନ କରିବା ଆବଶ୍ୟକ ବୋଲି ମତ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ ନବରଙ୍ଗପୁର ମହାବିଦ୍ୟାଳୟ ର ଇତିହାସ ବିଭାଗ ମୁଖ୍ୟ ଶ୍ରୀମତୀ ସଙ୍ଗୀତ। ତ୍ରିପାଠୀ,DAVCTE କୋରାପୁଟ ର ପ୍ରଫେସର ଶ୍ରୀ ସୁଶାନ୍ତ କୁମାର ମହାରଣା, ବିଦ୍ୟାର୍ଥୀ ଗ୍ରୁପ of institution ର ମୁଖ୍ୟ ଶ୍ରୀ ସତ୍ୟନାରାୟଣ ନାୟକ, ନବରଂଗପୁର ମହିଳା ମହାବିଦ୍ୟାଳୟ ର ଡ ସଂଯୁକ୍ତା ପଣ୍ଡା, ବିଦ୍ୟାର୍ଥୀ ସ୍ନାତକ ମହାବିଦ୍ୟାଳୟର ଡ ଭୋଳାନ।ଥ ଦୁର୍ଗା, ବିଶିଷ୍ଟ ଶିକ୍ଷାବତ୍ ରଥ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଡ ପ୍ରଦୀପ ମିଶ୍ର, ନବରଂଗପୁର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରକାଶ ମହାଳିକ ଓ ଶ୍ରୀମତୀ ସୁପ୍ରିୟା ନାୟକ। ଏହି କାର୍ଯ୍ୟକ୍ରମ ରେ ଅତିଥି ରୂପେ ଯୋଗଦେଇଥିଲେ BIET, Umerkote ର ଅଧକ୍ଷ ଶ୍ରୀ ନୀଳାଚଳ ମେହେର,ADEO ଶ୍ରୀ ଶ୍ରୀକାନ୍ତ ଜ।ନି ଓ ତେନ୍ତୁଳିଖୁଣ୍ଟି ବ୍ଲକ ର ଶିକ୍ଷାଧିକାରୀ ଶ୍ରୀ ସୁଦୀପ୍ତ ଦାସ। ସମସ୍ତ କାର୍ଯ୍ୟକ୍ରମ କି ପରିଚାଳନା କରିଥିଲେ ଅନୁଷ୍ଠାନ ଟ ଅଧକ୍ଷ ଡ ଓଁକାର ପଟ୍ଟନାୟକ ଏବଂ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ବିଜ୍ଲି ଏକା, ଶିକ୍ଷକ ପ୍ରଶିକ୍ଷକ ପଲ୍ଲବୀ ସିଂହ,B କରିସ୍ମା । ସମସ୍ତ କାର୍ଯ୍ୟକ୍ରମ ର ଅନୁଷ୍ଠାନ ର ଉଭୟ ବର୍ଷର ଗୁରୁ ଛାତ୍ର ଛାତ୍ରୀ ଓ ଇଶ୍ଵର ନାୟକ, ଦିପ୍ତିର।ଣି ପାତ୍ର ସୁବାସ ମିରିଗନ ଏବଂ ହାନୁଦୂଳରି । କାର୍ଯ୍ୟକ୍ରମ ର ପ୍ରଥମେ ଠାକୁର ପୂଜା ଅର୍ଚ୍ଚନା ପରେ ଗୁରୁ ଛାତ୍ର ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ସମସ୍ତ ନିମନ୍ତ୍ରିତ ଅତିଥି ମାନଙ୍କ ଅଭିଭାଷଣ ପରେ ପ୍ରାୟ ୨୦ ଟି ସନ୍ଦର୍ଭ ସେମିନର ରେ presentation କରାଯାଇଥିଲା। ଏଥିରେ ସାମିଲ ଥିଲା ଜିଲ୍ଲା ର କିଛି ଶିକ୍ଷକ ଏବଂ ଅନୁଷ୍ଠାନ ର ଗୁରୁ ଛାତ୍ର ଛାତ୍ରୀ ମାନଙ୍କ। ଆଜିର ଏହି ସେମିନାର ର ସବୁଠାରୁ ଉଚ୍ଚ କୋଟିର ସନ୍ଦର୍ଭ ଆସନ୍ତା ୨୪/୨୫ ତାରିଖ ରେ ଭୁବନେଶ୍ୱର ରେ ହେବାକୁ ଥିବା National level Seminar ରେ presentation କରାଯିବ। ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ଅନୁଷ୍ଠାନ ରେ ଆୟଜନ କରାଯାଉଛି TE &SCERT, ଓଡ଼ିଶା, ଭୁବନେଶ୍ୱର ଅନୁକୁଲ୍ୟ ରେ ଯାହାଦ୍ଵାରା ଶିକ୍ଷକ ଓ ଗୁରୁ ଛାତ୍ରଛାତ୍ରୀ ମାନଙ୍କର ଶିଖିବ। ଓ ଶିଖ। ଇବ। ମୋନବୃତି ବୃଦ୍ଧି ପାଉଛି।

