ରାଉରକେଲା:5//2,(ଉତ୍କଳ ସମାଚାର) ରାଉରକେଲା ହାଇଟେକ୍ ମେଡିକାଲ୍ କଲେଜ ଅଫ ନର୍ସିଂରେ ବିଶ୍ବ କର୍କଟ ଦିବସ ପାଳନ କରାଯାଇଛି। ଏଥିରେ ନର୍ସିଂ ଛାତ୍ର ଛାତ୍ରୀ ମାନେ ଶୋଭାଯାତ୍ରା, ସ୍ବାସ୍ଥ୍ୟ, ଶିକ୍ଷା,ନାଟକ ଏବଂ ସେମିନାର ପରି ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଛାତ୍ର ଛାତ୍ରୀ ମାନେ ଶୋଭାଯାତ୍ରା ମାଧ୍ୟମରେ କର୍କଟ ରୋଗର ନିରାକରଣ ଉପରେ ସ୍ଲୋଗାନ ଦେଇ ଜନସାଧାରଣଙ୍କୁ ସଚେତନ କରିଥିଲେ। ସେହିପରି କୃଷ୍ଣ ବିକାଶ ଇଣ୍ଡ ଗ୍ଲୋବାଲ ସ୍କୁଲ ଏବଂ ଗ୍ରାମୀଣ ଅଞ୍ଚଳ ସହିତ ବିଭିନ୍ନ ସ୍ଥାନରେ କର୍କଟ ରୋଗ କଣ, ଏହା କିପରି ହୋଇଥାଏ, କର୍କଟ ରୋଗର ପ୍ରକାର ଏବଂ ଏହାର ନିରାକରଣ ସମ୍ପର୍କରେ ପୋଷ୍ଟର, ପ୍ଲାକାର୍ଡ ପ୍ରଚାର ପତ୍ର ମାଧ୍ୟମରେ ଜନସାଧାରଣ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉପସ୍ଥାପନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ଶ୍ରାବନ୍ତୀ ମେଟୁ, ଅଧ୍ୟାପିକା ଗଣ ଅସୀମା ମିଞ୍ଜ,ଖୁସନୁମା ପରବିନ, ମାନସୀ କୁଲ୍ଲୁ, ରଚନାଦେବୀ ମହନ୍ତ, ଶୁଭଲକ୍ଷ୍ମୀ ସାହୁ,ସୁପ୍ରଭା ସାହୁ, ପୂଜା ଦାସ,ନାତସା ଲାଗୁନ, ଦେବ ସ୍ତୁତି ମଣ୍ଡଳ,ସୁଶୋଭନ ବର୍ମଣ,ପ୍ରଜ୍ଞା ସୂତାର,ମେଘାରାଣୀ ପଟେଲ, ସାଗରିକା ପାଲ ପ୍ରମୁଖ ଯୋଗଦାନ କରିଥିଲେ।

