ରାଉରକେଲା ତା ୦୬/୦୨/୨୦୨୬:(ଉତ୍କଳ ସମାଚାର)ଆସନ୍ତା ଫେବୃୟାରୀ ୧୨ ତାରିଖ ସମସ୍ତ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ କର୍ମଚାରୀ ଫେଡେରେସନ ର ଆହ୍ୱାନ ରେ କେନ୍ଦ୍ର ମୋଦି ସରକାରଙ୍କ ଶ୍ରମିକ ବିରୋଧୀ ୪ ଟି ଶ୍ରମ କୋର୍ଡ ପ୍ରତ୍ୟାହାର ଦାବି ସହିତ ଦରଦାମ ନିୟନ୍ତ୍ରଣ, ରାଷ୍ଟ୍ରାୟତ ଉଦ୍ୟୋଗ ଘରୋଇକରଣ ବନ୍ଦ କରିବା,ମନେରଗା କୁ ହଟାଇ ଭି ବି ରାମ ଜି ଆଇନ୍ -୨୦୨୫ ର ପ୍ରତ୍ୟାହାର, ବିଦ୍ୟୁତ ( ସଂଶୋଧନ) ବିଲ୍ -୨୦୨୫,ବିହନ ବିଲ୍ -୨୦୨୫, ନୂତନ ବୀମା ବିଲ୍ -୨୦୨୫ ପ୍ରତ୍ୟାହାର ପ୍ରଭୃତି ଦାବିରେ ଦେଶର ଶ୍ରମିକ -କୃଷକ ଓ ସମସ୍ତ ଶ୍ରମଜୀବୀ ଓ ସାଧାରଣ ଜନଗଣ ଏହି ଧର୍ମଘଟ ରେ ସାମିଲ ହେବେ। ନ୍ଦରଗଡ଼ ଜିଲ୍ଲାରେ ଏହି ଧର୍ମଘଟ କୁ ବନ୍ଦ ରେ ପରିଣତ କରିବା ପାଇଁ ସି ଆଇ ଟି ୟୁ, ସୁନ୍ଦରଗଡ଼ ଜିଲ୍ଲା କମିଟି ସହ ସହବନ୍ଧିତ ସମସ୍ତ ୟୁନିୟନ ମାନେ ଓ ଅଖିଳ ଭାରତ କୃଷକ ସଭା ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଓ ବିଭିନ୍ନ କଳକାରଖାନା ରେ ସଭ, ସମିତି ମାନ ସଂଗଠିତ କରି ଶ୍ରମିକ ମାନଙ୍କୁ ସଚେତନ କରାଯାଉଛି। ଆଜି ଇଣ୍ଡଷ୍ଟ୍ରିଆଲ ମଜଦୁର ୟୁନିୟନ ( ଇମୁ) ର ସାଧାରଣ ସମ୍ପାଦକ ତଥା ସି ଆଇ ଟି ୟୁ ରାଜ୍ୟ ଉପସଭାପତି ବିମାନ ମାଇତି ଙ୍କ ନେତୃତ୍ବ ରେ ବେଦବ୍ୟାସ ସ୍ଥିତ ଶିବା ରିଫ୍ରାକ୍ଟରୀ ଓ ଶିବା ମିନେରାଲସ ସହିତ ରାଉରକେଲା ସେଲ୍ ଷ୍ଟକ୍ ୟାର୍ଡ, ସେକ୍ଟର ୧୪ ଅଂଚଳର କାମ କରୁଥିବା ଶ୍ରମିକ ମାନଙ୍କୁ ନେଇ ସଭା ଅନୁଷ୍ଠିତ ସୋଇଯାଇଛି ଓ ଫେବୃଆରୀ ୧୨ ତାରିଖ ଧର୍ମଘଟ କୁ ସଫଳ କରିବା ପାଇଁ ଆହ୍ୱାନ କରାଯାଇଛି

