ସୁନ୍ଦରଗଡ଼:13//2,(ଉତ୍କଳ ସମାଚାର): ଉଦଯାପିତ ହୋଇଯାଇଛି ସୁନ୍ଦରଗଡ଼ ଜିଲ୍ଲା ମହୋତ୍ସବ ଯତରା – ୨୦୨୬ । ଏହି ଉଦଯାପନୀ ସନ୍ଧ୍ୟାରେ ଯତରା ମଞ୍ଚକୁ ହକି କିମ୍ବଦନ୍ତୀ ମାଇକେଲ କିଣ୍ଡୋ ଙ୍କ ନାମରେ ସମର୍ପଣ କରାଯାଇଥିଲା। ଏହି ଅବସରରେ କଳା ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସୁଶ୍ରୀ ଲକ୍ଷ୍ମୀ ପ୍ରଭା ପତି ଓ ସୁଶ୍ରୀ ସସ୍ମିତା ଏବଂ ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ନିମନ୍ତେ “ଟିମ ଶ୍ମଶାନ ବନ୍ଧୁ” କୁ ସୁନ୍ଦରଗଡ଼ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିଭଳି ସାହସିକତା ନିମନ୍ତେ ପୋଲିସ କର୍ମଚାରୀ, ଅଗ୍ନିଶମ କର୍ମଚାରୀ ଏବଂ ରାଉରକେଲା ର ଜରୁରୀ କାଳୀନ ବିମାନ ଅବତରଣ ସମୟ ରେ ସହଯୋଗ କରିଥିବା ଜଣେ ଗ୍ରାମବାସୀ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ପରେ ବ୍ଲକ ସ୍ତରୀୟ ଯତରା ଆୟୋଜନ ନିମନ୍ତେ ସମସ୍ତ ବ୍ଲକ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିଭଳି ଯତରା ଅବସରରେ ବିଭିନ୍ନ ଛକ ମାନଙ୍କରେ ଅଂଶ ଗ୍ରହଣ କରିଥିବା ବିଭିନ୍ନ ଅନୁଷ୍ଠାନ, ବିଭିନ୍ନ କମିଟି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଥିରେ ରାଉରକେଲାର ନୃତ୍ୟ ମଲ୍ହାର ଦ୍ଵାରା ଓଡ଼ିଶୀ ନୃତ୍ୟ, କଳାହାଣ୍ଡିର ଘୁମୁରା ନୃତ୍ୟ, ମହାରାଷ୍ଟ୍ରର ଲାଭନୀ ନୃତ୍ୟ,ଫେଟ୍ ଫାଇଟର, ପୁରୀ ଦ୍ଵାରା ମାଲଖମ୍ବ ଏବଂ ଓଲିଉଡ ରୁ ଦିବ୍ୟାଦିଶା ମହାନ୍ତି ଓ କୁକିଜ ସ୍ୱାଇଁ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେହିପରି କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆଙ୍କ ଦ୍ଵାରା ତାରକା ରାତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

