ରାଉରକେଲା ୧୯/୨,(ଉତ୍କଳ ସମାଚାର)କେନ୍ଦ୍ରୀୟ ଦୋଳ ମେଲଣ ସମିତି ର ଚଳିତବର୍ଷ ଦୋଳ ମେଲଣ ଧୂମଧାମରେ ପାଳନ ପାଇଁ ଏକ ପୂର୍ଣ୍ଣାଙ୍ଗ କମିଟି ଗଠିତ ହୋଇଯାଇଛି। ସେକ୍ଟର -୧୫ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ରେ ଆୟୋଜିତ ବୈଠକ ରେ ଏହି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାମ ଘୋଷଣା କରାଯାଇଥିଲା।ପ୍ରତିଷ୍ଠାତା ସଦସ୍ୟ ବିଷ୍ଣୁ ଚରଣ ବିଶ୍ୱାଳ,ଈଶ୍ବର ଭଞ୍ଜ, ସୁଶାନ୍ତ ପ୍ରଧାନ, ପର୍ଶୁରାମ ପୋଥାଳ ସମେତ ଗଠିତ ନୂତନ କମିଟି ରେ ଅଧ୍ୟକ୍ଷ ଭାବେ ହରିହର ରାଉତରାୟ, ଉପାଧ୍ୟକ୍ଷ ରଜତ ଜେନା, ସଭାପତି ମୁକ୍ତିକାନ୍ତ ବେହେରା, କାର୍ଯ୍ୟକାରୀ ସଭାପତି ଜୟନ୍ତୀ ଦାସ ଓ ମୋତିଲାଲ ମହନ୍ତ ଉପସଭାପତି ମଣ୍ଡଳୀ ରେ ଧବଳେଶ୍ୱର ବିଶ୍ବାଳ,ସଞ୍ଜୀତ ସ୍ବାଇଁ, ପ୍ରମୋଦ କୁମାର ବେହେରା,ରେଖା କୋଠାରୀ, ସୁନନ୍ଦା ନାୟକ, କାର୍ତ୍ତିକ ଚନ୍ଦ୍ର ଖଣ୍ଡୁଆଳ, ଶ୍ରୀକୃଷ୍ଣ ପରିଡା, ପୂର୍ଣ୍ଣିମା ମାହାନ୍ତି, ସୁମିତ୍ରା ସ୍ବାଇଁ ରହିଛନ୍ତି। ସାଧାରଣ ସମ୍ପାଦକ ପ୍ରଦୀପ କୁମାର ମହାପାତ୍ର, ଯୁଗ୍ମ ସମ୍ପାଦକ ରାମଚନ୍ଦ୍ର ଦାସ, ଶ୍ରୀକାନ୍ତ ମାହାନ୍ତି, ନରୋତ୍ତମ ବାରିକ, ସୋମନାଥ ଭଞ୍ଜ, ବିପିନ ମହାରଣା,ସଲିଲା ପରିଡା , ପ୍ରଶାନ୍ତ ନାୟକ ,ସଲୀଲ ସାହୁ, କୋଷାଧ୍ୟକ୍ଷ ଭାବେ ଅଶ୍ବନୀ ଦାସ ଓ ଯୁଗ୍ମ କୋଷାଧ୍ୟକ୍ଷ ଭାବେ କପିଳେଶ୍ୱର ମିଶ୍ର,ପ୍ରସାରଣ ତଥା ମିଡିଆ ସମ୍ପାଦକ ଭାବେ ସଞ୍ଜୀବ କୁମାର ନାୟକ ରହିଛନ୍ତି। ଏହି କମିଟି କୁ ସହଯୋଗ କରିବା ପାଇଁ ଗଠିତ ସଂଯୋଜକ କମିଟି ରେ କେଦାର ଦାସ,ସତ୍ଯ ପ୍ରଧାନ, ପ୍ରଭାକର ଚୌଧୁରୀ, ସତ୍ୟ ନାରାୟଣ ପାଣି, ସୁଶାନ୍ତ ଦାସ,ବିଶ୍ବ ରଞ୍ଜନ ସ୍ବାଇଁ, ପ୍ରମୋଦ ସାମଲ,କାଳି ପ୍ରସନ୍ନ ସ୍ବାଇଁ,ସୌମ୍ଯ ଧଳ, ବିକାଶ ବେହୁରିଆ, ସନ୍ତୋଷ ବିରାଟ, ରାକେଶ ନାୟକ, ଆଶିଷ ମହାରଣା, ଲୀନା ନାୟକ,ତନ୍ମୟ ସାମଲ,ଅଭିଳାଷ ପତିହାରୀ ,ରାମଚନ୍ଦ୍ର ଗୌଡ, ଶୁଭେନ୍ଦୁ ଆକାଶ ମାଝୀ ଓ ଚିତ୍ତରଞ୍ଜନ ସେଠୀ ରହିଛନ୍ତି। କମିଟି କୁ ଦୋଳ ମେଲଣ ସଂଚାଳନ ରେ ପରାମର୍ଶ ଦେବା ପାଇଁ ଏକ ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇଛି ସେଥିରେ ପ୍ରେମଚାନ୍ଦ ପଶାୟତ,ଉତ୍ତମ ସାମଲ, କେଦାର ପରିଡା ପ୍ରଦୋଷ ସାହୁ ବୈଦ୍ୟନାଥ ଦାସ, ସୁରେଶ ପ୍ରଧାନ, ପ୍ରଶାନ୍ତ ବେହେରା, ପ୍ରଶାନ୍ତ ସେଠୀ ଓ ଜ୍ଞାନରଞ୍ଜନ ଦାସ ରହିଛନ୍ତି। ଗଠିତ କମିଟି ଆଗାମୀ ମାର୍ଚ୍ଚ ୫ ତାରିଖ ଦିନ ସେକ୍ଟର ୭ ଦୁର୍ଗା ପୂଜା ପଡ଼ିଆ ରେ ଦୋଳ ମେଲଣ କୁ ସରସ ସୁନ୍ଦର କରିବା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛି।

