ରାଉରକେଲା:28//2,(ଉତ୍କଳ ସମାଚାର) ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସାର ନଗରୀ ଶାଖା ତରଫରୁ ମାସିକ ସାହିତ୍ୟ ଆସର ଫର୍ଟିଲାଇଜର ସ୍ଥିତ ଚିନ୍ମୟ ଏକାଡେମୀ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପରିଷଦର କାର୍ଯ୍ୟକାରୀ ସଭାପତି ତ୍ରିନାଥ ଦାଶ ମୋହନୀଙ୍କ ସଭାପତିତ୍ବ, ଉପସଭାପତି ତଥା ଆବାହକ ସୁବାଷ ଚନ୍ଦ୍ର ପାତ୍ରଙ୍କ ଆବାହକତ୍ବ ଓ କବୀ ଶୁଚିସ୍ମିତା ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚିନ୍ମୟ ଆଇଟିଆଇ ର ଅଧ୍ୟକ୍ଷ ତଥା ପ୍ରାକ୍ତନ ଏୟାର ଅଫିସର ପ୍ରଦୀପ୍ତ କୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଆଲୋଚ୍ୟ ପ୍ରସଙ୍ଗ କାବ୍ୟ କବିତାରେ ବସନ୍ତର ଛଟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିରେ ବିଷୟ ବିଶେଷଜ୍ଞ ଭାବେ ଶ୍ବେତଲିନା ଶତପଥୀ ଓ ସୈ।ରଭ ଦୁବେ ଯୋଗଦେଇ ନିଜ ନିଜର ମତ ରଖିଥିଲେ। ଉଭୟ ଆଲୋଚକ ବସନ୍ତ ରାସ, ବିଭିନ୍ନ କବି ସାହିତ୍ୟିକ ଙ୍କ ବସନ୍ତ ଉପରେ ତଥ୍ୟ ସହ ବସନ୍ତ କୁ ଆତ୍ମ ସ୍ଵରୁପର ନବଜାଗରଣ ଓ ଆତ୍ମ ସମୀକ୍ଷାର ବେଳ ତଥା ପ୍ରକୃତି ମାନବୀୟ ସମ୍ବେଦନାର ଏକ ଦୃଶ୍ୟ ବୋଲି ବକ୍ତବ୍ୟରେ କହିଥିଲେ। ପ୍ରାରମ୍ଭରେ ସଭାପତି ଶ୍ରୀ ମୋହିନୀ ସଭାପତିତ୍ବ ଅଭିଭାଷଣ ପ୍ରଦାନ ଓ ଆବାହକ ଶ୍ରୀ ପାତ୍ର କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ଶୁଚିସ୍ମିତା ପଣ୍ଡାଙ୍କ ସଂଯୋଜନାରେ ସୁଶ୍ରୀ ଲକ୍ଷ୍ମୀପ୍ରିୟା ସାହୁ,ଗୈ।ରାଙ୍ଗ ଦାଶ, ସୁବର୍ଣ୍ଣା ଦତ୍ତ,ପ୍ରତିଭା ଦାଶ ମୋହିନୀ,ସୈ।ରଭ ଦୁବେ, ପୀୟାଂଶୁ ଦାଶ ମୋହିନୀ , ଶ୍ବେତଲିନା ଶତପଥୀ, କୁଞ୍ଜବିହାରୀ ରାଉତ,ଶୁଚିସ୍ମିତା ପଣ୍ଡା ପ୍ରମୁଖ ବସନ୍ତ ସମ୍ପର୍କୀତ କବିତା ପାଠ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜୟନ୍ତୀ ସମାସୀ, ଅଶ୍ବିନୀ ଶର୍ମା, ପ୍ରଭାତୀ ସାହୁ,ସାରିକା ସିଂ, ରଞ୍ଜିତା ମଲ୍ଲିକ, ହରପ୍ରିୟା ବେହେରା, ପିତାମ୍ବର ମୁର୍ମୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ପରିଷଦର ସାଧାରଣ ସମ୍ପାଦକ ମନୋଜ କୁମାର ଚୈ।ଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା।

