ରାଉରକେଲା:1//3,(ଉତ୍କଳ ସମାଚାର) ଓଡ଼ିଶାର ମାଟିର ବୀର ପୁତ୍ର ତଥା ମହାନ୍ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ୧୪୨ତମ ଶ୍ରାଦ୍ଧ ବାର୍ଷିକୀ ପ୍ରଗତି ଉତ୍କଳ ସଂଘ ପରିସରରେ ଭକ୍ତିପୂତ ଭାବେ ପାଳିତ ହୋଇଯାଇଛି। ସଂଘର ସଭାପତି ପ୍ରତାପ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ସଂଘର ଉପସଭାପତି ପ୍ର. ପ୍ରଭାତ କୁମାର ମଲ୍ଲିକ ବୀର ସୁରେନ୍ଦ୍ର ସାଏଙ୍କ ଜୀବନ ଧାରା ଓ ବୈପ୍ଳବିକ ଅନୁଚିନ୍ତା ସମ୍ପର୍କରେ ସବିଶେଷ ବକ୍ତବ୍ୟ ରଖିଥିଲେ । ଇଂରେଜ ସରକାରଙ୍କ କ୍ରୂର ଶାସନ ବିରୁଦ୍ଧରେ ତାଙ୍କର ଅଦମ୍ୟ ସାହସ, ବଳିଦାନ ଏବଂ ନେତୃତ୍ୱ କିପରି ସାରା ଦେଶ ପାଇଁ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଥିଲା, ସେ ବିଷୟରେ ସେ ମତ ରଖିବାସହ ବର୍ତ୍ତମାନର ଯୁବପିଢ଼ି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ତଥା ସମାଜ ଗଠନରେ ନିଜକୁ ନିୟୋଜିତ କରିବାକୁ ସଭାରେ ଆହ୍ୱାନ ଦେଇଥିଲେ। ଉପଦେଷ୍ଟା ଭାରତ ଭୂଷଣ ମହାନ୍ତି, ଉପସଭାପତି ରଶ୍ମି ରଞ୍ଜନ ବୋଇତାଇ, ଯୁଗ୍ମ ସମ୍ପାଦକ ଲକ୍ଷ୍ମଣ ଦାସ, ଶୁଭ୍ରାଂଶୁ ଶେଖର ମହାପାତ୍ର, ପ୍ରଦୀପ କୁମାର ପଟ୍ଟନାୟକ, ଧରଣିଧର ସାମଲ, ନାରାୟଣ ଚନ୍ଦ୍ର ମହନ୍ତ, ଇନ୍ଦ୍ରମଣି ମହାପାତ୍ର, ପ୍ରତିକ୍ଷୀତ ଗୁରୁ, ବରୁଣ କୁମାର ନାହାକ, ସତ୍ୟ ନାରାୟଣ ଦାଶ ପ୍ରମୁଖ କାର୍ଯ୍ୟକ୍ରମରେ ସହାୟତା କରିଥିବାବେଳେ ଅକ୍ଷୟ ସାମଲ, ଚନ୍ଦ୍ର ଶେଖର ଶତପଥୀ, କାଶୀ ନନ୍ଦୀ, ପ୍ରଣତି ବେହେରା , ତ୍ରିନାଥ ସିଂହ, ବିନା ମହାନ୍ତ, ସୂର୍ଯ୍ୟ ନାରାୟଣ ପାଢ଼ୀ, ଗୌରୀଶଙ୍କର ପ୍ରଧାନ, ନୃସିଂହ ଚରଣ ବିଶ୍ବାଳ, ପୀତବାସ ପ୍ରଧାନ, ପ୍ରକାଶ ଚନ୍ଦ୍ର ପାଢ଼ୀ, ଅର୍ଚ୍ଚନା ପାତ୍ର, କୈଳାସ ଚନ୍ଦ୍ର ମହାନ୍ତି, ଦିଲିପ କୁମାର ବୋଷ, ପରେଶ ବିଶ୍ବାଳ, ନରେନ୍ଦ୍ର ପ୍ରସାଦ ମିଶ୍ର, ସୁମନ୍ତ ଉପାଧ୍ୟାୟ ପ୍ରମୁଖ ଉପସ୍ଥିତ ଥିଲେ। ସଦସ୍ୟା ରଶ୍ମି ସାହୁ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଶେଷରେ ସାଧାରଣ ସମ୍ପାଦକ ରାଧାମୋହନ ନାୟକ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ।ଦ୍ବିତୀୟ ପର୍ଯ୍ୟାୟରେ ଅର୍ଚ୍ଚନା ପାତ୍ର ଏବଂ ଗୀତାରାଣୀ ବେହେରାଙ୍କ ସଂଯୋଜନାରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

