ରାଉରକେଲା ୧/୩,(ଉତ୍କଳ ସମାଚାର)ଇସ୍ପାତ ସହରର ସେକ୍ଟର-୧୩ କମ୍ଯୁନିଟି ସେଣ୍ଟର ଠାରେ ଆଜି ରାଉରକେଲା ଇସ୍ପାତ କାରଖାନାର ସ୍ବୀକୃତିପ୍ରାପ୍ତ ୟୁନିୟନ, ରାଉରକେଲା ଶ୍ରମିକ ସଂଘର ଏକ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ବନ୍ଧୁମିଳନ ଅବସରରେ ଶ୍ରମିକ ସଂଘ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ଏକ ମହାଭୋଜିର ଆୟୋଜିତ ହୋଇଥିଲା। ରାଉରକେଲା ଶ୍ରମିକ ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ ବେହେରା, ଉପସଭାପତି ନିହାର ଦାସଙ୍କ ସହ ଇସ୍ପାତ କାରଖାନାର ଇଡି (ଏଚ୍ ଆର୍) ତରୁଣ ମିଶ୍ର, ଇସ୍ପାତ କାରଖାନାର ପୂର୍ବ ନିର୍ଦ୍ଦେଶକ ଜି ଏସ୍ ପ୍ରସାଦଙ୍କ ସମେତ ଶ୍ରମିକ ସଂଘର ଅଧିକାରୀଙ୍କ ସମେତ ବହୁ ସଦସ୍ୟ ଏହି ବନ୍ଧୁମିଳନ କାର୍ଯ୍ଯକ୍ରମକୁ ପରିଚାଳନା କରିବା ସହିତ ସମସ୍ତ ଅତିଥିମାନଙ୍କୁ ଆପ୍ଯାୟିତ କରାଇଥିଲେ। ରାଉରକେଲା ଶ୍ରମିକ ସଂଘର ଏହି ବନ୍ଧୁମିଳନ କାର୍ଯ୍ଯକ୍ରମରେ ସମସ୍ତ ଅତିଥି ଆତିଥେୟତା ପାଇଁ ଶ୍ରମିକ ସଂଘକୁ ପ୍ରଶଂସା କରିଥିଲେ।

