ରାଉରକେଲା ୧/୩,(ଉତ୍କଳ ସମାଚାର) ଆଉ ଗୋଟିଏ ଦିନ ପରେ ରଙ୍ଗର ପର୍ବ ହୋଲି ଉତ୍ସବ ପାଳନ ହେବାକୁ ଥିବା ବେଳେ ରାଉରକେଲା ସହର ସମେତ ଇସ୍ପାତ ସହରାଞ୍ଚଳର ବଜାରରେ ରଙ୍ଗ, ରଙ୍ଗ ପିଚକାରୀ, ମାସ୍କ, ଔଷଧୀୟ ରଙ୍ଗ ଏବଂ ରଙ୍ଗୀନ ହୋଲି ପୋଷାକର ବିକ୍ରୟ ଜୋରଦାର ଚାଲିଛି। ଏଥର ରାଉରକେଲା ସହରର ବଜାରରେ ଅବିର ଗୁଲାଲ ଏବଂ ଅନେକ ବ୍ରାଣ୍ଡେଡ୍ କମ୍ପାନୀର ରଙ୍ଗ ଏବଂ ଗୁଲାଲ ସମେତ ହର୍ବାଲ୍ ରଙ୍ଗର ବିକ୍ରୟ ଜୋରଦାର ଚାଲିଛି। ଏଥର ଦୋକାନୀମାନେ ସେମାନଙ୍କ ଦୋକାନରେ ପିଲାମାନଙ୍କ ପାଇଁ ଛୋଟ ବଡ଼ ଆକର୍ଷଣୀୟ ରଙ୍ଗ ପିଚକାରୀ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ବିଶେଷକରି ଏବର୍ଷ ଦୋକାନୀମାନେ କୋଲକାତା ରାୟପୁରରୁ ହର୍ବାଲ୍ ରଙ୍ଗ ଏବଂ ଧଳା ବ୍ରାଣ୍ଡେଡ୍ ରଙ୍ଗ ଆଣି ବିକ୍ରୟ କରୁଛନ୍ତି। ହର୍ବାଲ୍ ରଙ୍ଗ ଏବଂ ଗୁଲାଲର ବିକ୍ରୟ ଜୋରଦାର ଚାଲିଛି। ରାଉରକେଲା ସହରର ଡେଲି ମାର୍କେଟ, ଟ୍ରାଫିକ୍ ମାର୍କେଟ, ବାସନ୍ତୀ ମାର୍କେଟ, ଛେଣ୍ଡ ମାର୍କେଟ, ପାନପୋଷ ମାର୍କେଟ, ତରକେରା, ଦେବଗାଁ ମାର୍କେଟ, ଆମ୍ବବାଗାନ, ଇସ୍ପାତ ମାର୍କେଟ, ସେକ୍ଟର-୧୮ ମାର୍କେଟ, ଗଜପତି ମାର୍କେଟ ଏବଂ ଅନ୍ୟାନ୍ୟ ବଜାରରେ ରଙ୍ଗ ବିକ୍ରୟ ବହୁଳ ପରିମାଣରେ ଚାଲିଛି। ଚଳିତ ବର୍ଷ ହୋଲିକା ଦହନ ୨ ତାରିଖ ବିଳମ୍ବିତ ରାତିରେ ପ୍ରଜ୍ଜ୍ୱଳନ କରାଯିବ। ଆଜି ରାଉରକେଲା ସହରର ବଜାରଗୁଡ଼ିକରେ ରଙ୍ଗ ବିକ୍ରୟ ଜୋରସୋରରେ ଦେଖିବାକୁ ମିଳିଥିଲା।

