ସମ୍ବଲପୁର,୦୯/୦୩(ଉତ୍କଳ ସମାଚାର),(ସରୋଜ ସାହୁ):ସୁନାମଧନ୍ୟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ତଥା ବିଶିଷ୍ଟ ସମାଜସେବୀ ଡକ୍ଟର ନାରାୟଣୀ ପଣ୍ଡା ଙ୍କ ସ୍ଵର୍ଗବାସ ହୋଇଯାଇଛି । ତାଙ୍କର ମୃତ୍ୟୁ ଅଞ୍ଚଳ ରେ ଚିକିତ୍ସା ସେବା ଓ ସମାଜସେବା କ୍ଷେତ୍ର ରେ ଅପୂରଣୀୟ କ୍ଷତି ବୋଲି ସମ୍ବଲପୁର ବିଜେପି ପକ୍ଷରୁ କୁହାଯାଇଛି I ସମ୍ବଲପୁର ମାଟି ର ସୁପୁତ୍ରି ଡ.ପଣ୍ଡା ଦିର୍ଘ୍ ପାଞ୍ଚ ଦଶନ୍ଧି ରୁ ଉର୍ଦ୍ଧ ସମୟ ଧରି ଅଞ୍ଚଳବସୀ ଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଆସୁଥିଲେ । ବିଶେଷ କରି ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଭାବେ ଲକ୍ଷ ଲକ୍ଷ ମହିଳାଙ୍କ ଚିକିତ୍ସା କରିଥିଲେ ।ଜୀବନ ରେ ଅର୍ଜନ କରିଥିବା ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି କୁ ଶିକ୍ଷା ର ବିକାଶ ପାଇଁ ଦାନ କରିଦେଇଥିଲେ । ଯେଉଁ ଗରିବ ଛାତ୍ରୀ ଙ୍କୁ ଛାତ୍ରାବାସ ରେ ସ୍ଥାନ ମିଳୁ ନ ଥିଲା, ତାଙ୍କୁ ନିଜ ଘରେ ରଖି ପାଠ ପଢ଼ାଉଥୁଲେ । ବିଭିନ୍ନ ଶିକ୍ଷାନୁଷ୍ଠାନ କୁ ଲକ୍ଷ ଲକ୍ଷ ଟଙ୍କା ର ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ I ସମସ୍ତ ଙ୍କ ପ୍ରିୟ ନାରାୟଣୀ ନାନୀ ଙ୍କ ଭଳୀ ଜଣେ ଜ୍ଞାନୀ, ଗୁଣି, ସରଳ, ମିଷ୍ଟଭାଷୀ, ପରୋପକାରୀ ମହିୟସୀ ମହିଳା ଙ୍କୁ ଆଜି ସମ୍ବଲପୁରବାସୀ ହରେଇଛନ୍ତି ବୋଲି ପୂର୍ବତନ ରେଙ୍ଗାଲି ବିଧାୟକ ନାଉରୀ ନାଏକ୍, ଜିଲ୍ଲା ସଭାପତି ରାମ ଚନ୍ଦ୍ର ମେହେର, ବରିଷ୍ଠ ନେତା ଡ଼. ପ୍ରମୋଦ ରଥ, ରାଜ୍ୟ ପ୍ରବକ୍ତା ମାନସ ରଞ୍ଜନ ବକ୍ସି, ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ବେହେରା, କୃଷକ୍ ମୋର୍ଚ୍ଚା ସଭାପତି ସମୀର ରଞ୍ଜନ ବାବୁ ଙ୍କ ପକ୍ଷରୁ ଜାରି ମିଳିତ ଶୋକ ବାର୍ତ୍ତା ରେ କୁହାଯାଇଛି ।
