ସମ୍ବଲପୁର,୦୯/୦୩(ଉତ୍କଳ ସମାଚାର),(ସରୋଜ ସାହୁ):ସୁନାମଧନ୍ୟ ଚିକିତ୍ସକ ତଥା ସମାଜସେବୀ ଡାକ୍ତର ନାରାୟଣୀ ପଣ୍ଡାଙ୍କ ଦେହାନ୍ତରେ ଗଭୀର ଶୋକ ବ୍ୟକ୍ତ କରି କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ଇଂ ରୋହିତ ପୂଜାରୀ I “ଆମର ସମ୍ବଲପୁର ମାଟି ଜଣେ ସୁଯୋଗ୍ୟ ସନ୍ତାନକୁ ହରେଇଲା ବୋଲି ପ୍ରକାଶ କରିବା ସହିତ ଇଂ. ପୂଜାରୀ ସମ୍ବଲପୁର ର ବିଶିଷ୍ଟ ସମାଜସେବୀ ତଥା ବରିଷ୍ଠ ଚିକିତ୍ସକ ଡାକ୍ତର ନାରାୟଣୀ ପଣ୍ଡାଙ୍କ ଦେହାନ୍ତ ଖବର ଶୁଣି ଗଭୀର ମର୍ମାହତ ଏବଂ ଦୁଃଖିତ I ଚିକିତ୍ସା ତଥା ସମାଜସେବା କ୍ଷେତ୍ରରେ ତାଙ୍କର ଅବଦାନ ଚିର ସ୍ମରଣୀୟ ରହିବ। ନିଜର ଅର୍ଜିତ ସମସ୍ତ ସମ୍ପତ୍ତି ସମାଜସେବା ତଥା ଶିକ୍ଷା ପାଇଁ ଉତ୍ସର୍ଗୀକୃତ କରିବା ଆମ ସମାଜ ପାଇଁ ସର୍ବଦା ପ୍ରେରଣାଦାୟୀ ରହିବ। ଏଭଳି ଅସମୟରେ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ମୋର ଗଭୀର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି ନିମନ୍ତେ ମାଁ ସମଲେଶ୍ବରୀ ଓ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ଶୋକ ବାର୍ତ୍ତା ରେ କହିଛନ୍ତି

