ସମ୍ବଲପୁର,୧୧/୦୩(ଉତ୍କଳ ସମାଚାର),(ସରୋଜ ସାହୁ):ବାମରା ବ୍ଲକ କାର୍ଯ୍ୟାଳୟ ଠାରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର (ଭା.ପ୍ର.ସେ)ଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଜନ ଅଭିଯୋଗ ଶୁଣାଣି ଠାରେ ମୋଟ ୬୯ ଟି ଆବେଦନ ଗ୍ରହଣ କରାଯାଇ ଥିଲା ଯେଉଁଥିରୁ ୫୪ ଟି ଆବେଦନ ବ୍ୟକ୍ତିଗତ ସମ୍ବନ୍ଧୀୟ ଥିବା ବେଳେ, ୧୪ ଟି ସମସ୍ୟା ଗ୍ରାମୀୟ ସମସ୍ୟା ସହିତ ଜଡିତ ଥିଲା ।ଉକ୍ତ ଅଭିଯୋଗ ଶୁଣାଣୀ ଠାରେ ୫ ଟି ସମସ୍ୟା ର ସମାଧାନ କରାଯାଇଥିଲା।ସିଏମ୍ଆରଏଫ୍ ଅଧୀନରେ ୧ ଜଣ ବ୍ୟକ୍ତିଙ୍କୁ ୨୫, ୦୦୦ ଟଙ୍କା ସହାୟତା ରାଶି ବାବଦରେ ପ୍ରଦାନ କରାଗଲା।

