ସମ୍ବଲପୁର,୧୩/୦୩(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁର ବିଶ୍ୱବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ସପ୍ତ ଦିବସୀୟ ଜାତୀୟ ସଂହତି ଶିବିର ଆୟୋଜିତ ହୋଇଯାଇଅଛି। ଏହି ଅବସରର ଷଷ୍ଠ ଦିବସରେ ରାଜ୍ୟ ଜାତୀୟ ସେବା ଯୋଜନା ପ୍ରଯୋଜନାରେ ଏବଂ ସମ୍ବଲପୁର ବିଶ୍ଵବିଦ୍ୟାଳୟ ଜାତୀୟ ସେବା ଯୋଜନା ସେଲ ପକ୍ଷରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ସମ୍ବଲପୁର ନେଲସନ ମନଡେଲା ଛକରୁ ସମଲେଇ ମନ୍ଦିର ପର୍ଯ୍ୟନ୍ତ ହୋଇଥିଲା | ଶୋଭାଯାତ୍ରକୁ ଅନୁଷ୍ଠାନିକ ଭାବରେ ସମ୍ବଲପୁର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ସିଦ୍ଧେଶ୍ବର ବଳିରାମ ବୋନ୍ଦାର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ I ଏଥିରେ ସ୍ବେଛାସେବୀ ମାନେ ନିଜନିଜ ରାଜ୍ୟର ବେଶ ପୋଷାକ ସହ ସାମିଲ ହୋଇଥିଲେ Iଏହାପରେ ସମଲେଇ ମନ୍ଦିର, ଘଣ୍ଟେଶ୍ୱରୀ ମନ୍ଦିର,ହୀରାକୁଦ ନଦୀବନ୍ଧ ପରିଭ୍ରମଣ କରାଯାଇଥିଲା I ସନ୍ଧ୍ୟା ସମୟରେ ବିଶ୍ୱବିଦ୍ୟାଳୟ ପରିସରରେ କ୍ୟାମ୍ପ ଫାୟାର ଅନୁଷ୍ଠିତ ହୋଇଥିଲା I

