ସମ୍ବଲପୁର,୧୫/୦୩,(ଉତ୍କଳ ସମାଚାର),(ସରୋଜ ସାହୁ):ଉଚ୍ଚଶିକ୍ଷା ବିଭାଗ ଓଡିଶା ସରକାରଙ୍କ ଦ୍ୱାରା ପ୍ରାୟୋଜିତ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସ୍ଥିତ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ବିଜୁପଟ୍ଟନାୟକ ପ୍ରେକ୍ଷାଳୟରେ ସପ୍ତ ଦିବସାତ୍ମକ ଜାତୀୟ ସଂହତି ଶିବିର ଅନୁଷ୍ଠିତ ହୋଇଯାଇଅଛି I ଉଦଯାପନୀ ସମାରୋହର ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ଏନ. ଏସ. ଏସ. ଯୁବ ଅଧିକାରୀ ଅଜିତ କୁମାର ଖୁସୱା ମାଏ ଭାରତ ପୋର୍ଟାଲ,ନେତୃତ୍ୱ ଓ ବ୍ୟକ୍ତିତ୍ୱର ବିକାଶ ଉପରେ ଆଲୋଚନା କରିଥିଲେ I ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ସଂଯୁକ୍ତା ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଫେସର ଅମିୟ କୁମାର ପଟେଲ ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଓଡିଶା ରାଜ୍ୟ ଏନ . ଏସ. ଏସ ଆଞ୍ଚଳିକ ନିର୍ଦେଶିକା ଡ଼.ସରିତା ପଟେଲ, ରାଜ୍ୟ ଏନ. ଏସ. ଏସ. ଯୁବ ଅଧିକାରୀ ଅଜିତ କୁମାର ଖୁସୱା ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ସଂଯୋଜକ ସମ୍ବଲପୁର ବିଶ୍ଵବିଦ୍ୟାଳୟ ଡ଼ ବିରେନ୍ଦ୍ର ବେହେରା ସଂଯୋଜନା କରିଥିଲେ I ଶିବିରରେ ବିହାର, ହରିୟାଣା, ତେଲେଙ୍ଗାନା, ଉତ୍ତରପ୍ରଦେଶ, ଆସାମ, ଝାରଖଣ୍ଡ, ଗୁଜୁରାଟ, ମଧ୍ୟ ପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ, କର୍ଣ୍ଣାଟକ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଜ୍ୟୋତିବିହାର ଓଡିଶା ର ୨୨୦ ସ୍ଵେଛାସେବୀ ଓ କାର୍ଯ୍ୟକ୍ରମ ଅଧିକାରୀ ମାନେ ଯୋଗ ଦେଇଥିଲେ I ଶିବିରର ମୁଖ୍ୟ ଉଦେଶ୍ୟ ଯୁବମାନଙ୍କ ମଧ୍ୟରେ ଏକତା ଓ ପାରସ୍ପରିକ ବୁଝାମଣା ବୃଦ୍ଧି କରିବା, ରାଷ୍ଟ୍ର ନିର୍ମାଣରେ ଯୁବମାନଙ୍କ ଭୂମିକା,ବିବିଧତା ମଧ୍ୟରେ ଏକତା, ନିସ୍ଵାର୍ଥପର ସମାଜ ସେବା ଉପରେ ବକ୍ତାମାନେ ବକ୍ତବ୍ୟ ପ୍ରଦାନ କରିଥିଲେ I ବିଭିନ୍ନ କ୍ଷେତ୍ରରେ କୃତି ପ୍ରତିଯୋଗୀ ମାନଂକୁ ସମର୍ଦ୍ଧିତ କରିବା ସହ ନିଜନିଜର ଅନୁଭୂତିକୁ ଉପସ୍ଥାପନା କରିଥିଲେ I ଉଦଯାପନୀ ସମାରୋହରେ ଡ଼. ଯୋଗମାୟା ପଣ୍ଡା, ଡ଼ ପ୍ରତାପ ଚନ୍ଦ୍ର ପଣ୍ଡା, ଡ଼ ରଘୁନାଥ ମଣ୍ଡଳ ଅତିଥି ରୂପେ ଉପସ୍ଥିତ ଥିଲେ I ଏଥିରେ କୋରକମିଟିର ସଦସ୍ୟ ଶାନ୍ତନୁ ପଧାନ, ରାଜୀବ ସାହୁ, ଦିବ୍ୟକାନ୍ତି ବିଲୁଙ୍ଗ, ସୁଶାନ୍ତ କୁମାର ପଟେଲ, ଡ଼. ଅଜିତ କୁମାର ନାଥ, ପ୍ରତୀକ୍ଷା ସେଠ, ଡ଼. ସିଦ୍ଧାନ୍ତ ମହାନ୍ତି, ଡ଼. ପୁଷ୍ପାଞ୍ଜଳି ରାବଣା, ଡା. ମହେନ୍ଦ୍ର ଧରୁଆ, ଡ଼. ଏସ.ରମାଦେବୀ, ଡ଼ ହରିଦାସ ମହନ୍ତ, ଡ଼. ଉଡ଼ୁଚି, ବିନୋଦ କୁମାର ପୃଷେଠ, ସୁରେଶ କୁମାର ଏକ୍କା ପ୍ରମୁଖ କାର୍ଯ୍ୟକ୍ରମ ଅଧିକାରୀ ସମେତ ଲଳିତ କୁମାର ରାଉଳ, ନିର୍ମଳ କୁମାର ବଗର୍ତ୍ତି, ଜ୍ୟୋତି କୁମାର ମିଞ୍ଜ,ଏସ. କେ ଫାଇଜାନ ପ୍ରମୁଖ ଶିବିରକୁ ସହଯୋଗ କରିଥିଲେ I

