ରାଉରକେଲା :17//3,(ଉତ୍କଳ ସମାଚାର) ସୁୁନ୍ଦରଗଡ ଜିଲ୍ଲା ଲେଖକ ସାମ୍ମୁଖ୍ଯ ଓ ମଧୁସୂଦନ ପାଠଗାର ମିଳିତ ଆନୁକୂଲ୍ଯରେ ମାସିକ ସାହିତ୍ଯ ଆସର ଛେଣ୍ଡସ୍ଥିତ ପାଠାଗାର ପରିସରରେ ଅନୁଷ୍ଠିତ ହେଇଯାଇଛି | ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ସଭାପତିତ୍ବ ଓ ବିଜୟ କୁମାର ବରାଳଙ୍କ ସଂଯୋଜନରେ ଆୟୋଜିତ ଏହି ସଭାରେ ମୁଖ୍ଯବକ୍ତା ଭାବେ ସମାଜସେବୀ ମୀନତି ଦେବତା ଯୋଗଦାନ କରି କହିଲେ ପୁରୁଷ କେବେ ନାରୀର ଶତ୍ରୁ ନୁହେଁ । ନାରୀ ସକଳ ସ୍ରୁଷ୍ଟିର ବିଭବ,ଆଜି ସମାଜର ପ୍ରତ୍ଯେକ କ୍ଷେତ୍ରରେ ନାରୀ ତା’ର ବିଜୟର ପଦଚିହ୍ନ ଛାଡି ଯାଉଛି | ଇତିହାସରୁ ଆରମ୍ଭ କରି ବର୍ତ୍ତମାନ ସମାଜରେ ଯାହା ବି ବିକାଶ ହେଉଛି ବା ଭବିଷ୍ଯତରେ ହେବ କେବଳ ପୁରୁଷ ଦ୍ବାରା ସମ୍ଭବ ହେବନି ,ପ୍ରତିଟି କ୍ଷେତ୍ରରେ ପୁରୁଷ ନାରୀ ହାତର ସାହାଯ୍ଯ ଲୋଡିଛି ଆଉ ଚିରକାଳ ଲୋଡୁଥିବ ମଧ୍ଯ |ଅନ୍ଯତମ ବକ୍ତା ଡା.ଗୀତାଞ୍ଜଳି ପତ୍ରୀ କହିଲେ ନାରୀ ଯେମିତି ଗୋଟେ ପରିବାରକୁ ନିଜର ସ୍ନେହ ଶ୍ରଦ୍ଧା ବଳରେ ବାନ୍ଧିରଖି ସର୍ବଦା ପରିବାରରେ ବିକାଶ ଆଣିଥାଏ ଠିକ୍ ସେମିତି ସମାଜକୁ ଯଦି ନିଜର ସ୍ନେହ ଶ୍ରଦ୍ଧା ବଳରେ ବାନ୍ଧିରଖି ପାରନ୍ତା ସମାଜରେ ଦ୍ରୁତ ବିକାଶ ହୁଅନ୍ତା । ମୁଖ୍ଯଅତିଥି ଭାବେ ନୃସିଂହ ଚରଣ ବିଶ୍ବାଳ କହିଲେ ଜଳ ସ୍ଥଳ ଓ ଆକାଶ କ୍ଷେତ୍ରରେ ନାରୀ ଆଜି ପୁରୁଷର ସମକକ୍ଷ ହେଇ ପାରିଛି , ନାରୀ ବିନା ସମାଜର ବିକାଶ ଆଜି ଅସମ୍ଭବ | ପ୍ରରମ୍ଭରେ କବି ସୁଶାନ୍ତ କୁମାର ନାୟକ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ |ଉପେନ୍ଦ୍ର କୁମାର ବସ୍ତିଆ ଓ ଜ୍ଞାନ ରଂଜନ ମିଶ୍ର ଗଳ୍ପ ପାଠ କରିଥିଲେ । ଦ୍ବିତୀୟ ପର୍ଯାୟ କବିତା ଆସରରେ ମଞ୍ଜୁଳା କୁମାରୀ ରଥ ସଭାପତିତ୍ବ ଓ ଗୀତାରାଣୀ ବେହେରାଙ୍କ ସଂଯୋଜନାରେ କବି ପରେଶ ବିଶ୍ବାଳ,ପ୍ରତାପ ପଣ୍ଡା,ଅଜୟ କୁମାର ମହାନ୍ତି,ନିରୁପମା ନାୟକ,ପ୍ରଫୁଲ୍ଲ ସାମଲ,ବଳରାମ ଦାଶ,ନିକୁଞ୍ଜ ବିହାରୀ ଦାଶ,ଦିବାକର ଦାଶ, ସ୍ନେହଲତା ପଟ୍ଟନାୟକ, ବ୍ରହ୍ମାନନ୍ଦ ପାଢି,ସୁନିଲ ମହାନ୍ତି ପ୍ରମୁଖ କବିମାନେ କବିତା ପାଠ କରିଥିଲେ । ଶେଷରେ ଡ.ପ୍ରଭାକର ନାୟକ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ । ଅନ୍ଯମାନଙ୍କ ମଧ୍ଯରେ ସୂର୍ଯମଣି ପଣ୍ଡା,ରାଖାଲ ମହାନ୍ତି,ଅଶୋକ ଶୁକ୍ଲ,ସଂଯୁକ୍ତା କର,ଆଶାଲତା ରାଉତ,ରେଖାଶ୍ରୀ ସାହୁ,ବିକ୍ରମ ଚନ୍ଦ୍ର ଆଚାର୍ଯ୍ଯ ପ୍ରମୁଖ ଉପସ୍ଥିତ ରହି କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

