ରାଜଗାଙ୍ଗପୁର:18//3,(ଉତ୍କଳ ସମାଚାର) (ସୁବାଷ ବେହେରା) : ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ଅଞ୍ଚଳର ଲାଞ୍ଜିବେର୍ଣା ଗ୍ରାମରେ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ଼ ଙ୍କ ଖଣି ସଂପ୍ରସାରଣକୁ କେନ୍ଦ୍ର କରି ଦିନକୁ ଦିନ ଆନ୍ଦାଳନ ତୀବ୍ର ରୂପ ନେଉଥିବା ଦେଖିବାକୁ ମିଳୁଛି । ଗ୍ରାମ ବାସି ଙ୍କ କହିବା ଅନୁଯାଇ ପଞ୍ଚମ ଅନୁସୂଚିତ ଜନ ଅଜାତି ଙ୍କ ଜମିକୁ କମ୍ପାନୀ ପକ୍ଷରୁ ବେଆଇନ ଭାବରେ ଜମି ଅଧିଗ୍ରହଣ ହେଉଛି ବୋଲି ଅଭିଯୋଗ କରି ଗ୍ରାମବାସୀମାନେ ଦୀର୍ଘ ଦିନ ଧରି ବିରୋଧ ପ୍ରଦର୍ଶନ କରୁଛନ୍ତି କିନ୍ତୁ ଆଜିପର୍ଯ୍ୟନ୍ତ ସରକାର ଙ୍କୁ କୌଣସି କର୍ଣ୍ଣପାତ ହେଉନାହିଁ | ଜି ଏହି ଆନ୍ଦୋଳନ ଆଉ ଅଧିକ ତୀବ୍ର ହୋଇଥିଲା, ଯେଉଁଠାରେ ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇ ପ୍ରଶାସନ ବିରୋଧରେ ଜୋରଦାର ପ୍ରତିବାଦ କରିଥିଲେ ସଂବିଧାନର ପଞ୍ଚମ ତାଲିକା ଅନୁସାରେ ସଂବି ଅନୁଚ୍ଛେଦ ୨୪୪ (୧) ରେ ଥିବା ବ୍ୟବସ୍ଥାକୁ ଉଲ୍ଲେଖ କରି ଗ୍ରାମବାସୀମାନେ ନିଜ ଅଧୂକାର ଦାବି କରି ଥିଲେ। ସେମାନେ କହିଥିଲେ ଆଦିବାସୀ ଅଞ୍ଚଳରେ ଜମି ଯେ, ଆଦିବାସୀ ସମ୍ବନ୍ଧୀୟ ନିଷ୍ପତ୍ତି ଗ୍ରାମସଭାର ମତ ଅତ୍ଯନ୍ତ ଆବଶ୍ୟକ, କିନ୍ତୁ ସେଥ୍ରେ ପ୍ରଶାସନ ଓ କମ୍ପାନୀ ପକ୍ଷରୁ ଅବହେଳା କରାଯାଉଛି।ଘଟଣାସ୍ଥଳରେ ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ଥିବା ଅତିରିକ୍ତ ତହସିଲଦାର ରଞ୍ଜିତ ତିର୍କୀ ଓ ପୋଲିସ ଅଧିକାରୀ ମାନଙ୍କୁ ଗ୍ରାମବାସୀ ମାନେ ସମ୍ବିଧାନିକ ନିୟମ ଓ ଆଇନ ସମ୍ପର୍କରେ ପଢ଼ିକି ସୂଚନା ଦେଇ ତାଙ୍କ ଅଧିକାର ଉପରେ ଜୋର ଦେଇଥିଲେ। ଏହା ସହିତ, ସେମାନେ ସ୍ପଷ୍ଟ କରିଥିଲେ ଯେ ଗ୍ରାମସଭାର ସମ୍ମତି ବିନା କୌଣସି ଭାବରେ ଜମି ଅଧୂଗ୍ରହଣ କରାଯିବ ନାହିଁ । ଗ୍ରାମବାସୀମାନଙ୍କ ଆକ୍ରୋଶ ଓ ଏକତା ଦେଖ୍ କିଛି ସମୟ ପାଇଁ ପରିସ୍ଥିତି ଜଟିଳ ହୋଇଯାଇଥୀଲା, ଯଦିଓ ପରେ ପ୍ରଶାସନ ପକ୍ଷରୁ କୌଶଳ ଭାବେ ପରିସ୍ଥିତି କୁ ସ୍ଥିର କରାଯାଇଥିଲା। ଗ୍ରାମବାସୀ ମାନେ ଚେତାବନୀ ଦେଇ କହିଥିଲେ ଯେ । ଯଦି ତାଙ୍କ ଦାବି ପୂରଣ ନହୁଏ , ଆଗାମୀ ଦିନରେ ଆନ୍ଦୋଳନ କୁ ଆହୁରି ଜୋରଦାର ଭାବରେ କରାଯିବ ବୋଲି କହିଥିଲେ ।ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ଥିବା ଅତିରିକ୍ତ ତହସିଲଦାର ରଞ୍ଜିତ କୁମାର ତୀର୍କୀ ଙ୍କ ସହିତ ଏକ ବୁଝାମଣା କରି କହିଥିଲେ ଆପଣ ମାନଙ୍କୁ ଆଗାମୀ ଦିନରେ ରେ ଏକ ମଞ୍ଚ ଦିୟା ଯିବ ଯେଉଁଠି ନିଷ୍ପତି ନିଆଁ ଯିବ ଏବଂ ବର୍ତମାନ ନିଷ୍ପତି ରେ ଲିଖିତ ଅଭିଯୋଗ ରେ ଅତିରିକ୍ତ ତହସିଲଦାର ଙ୍କୁ ଓ ଖଣି ମେନେଜର ଙ୍କୁ ପଞ୍ଚମ ଅନୁସୂଚିତ ଜନଜାତି ଅଧିନିୟମ ୨୪୪(୧)କୁ ନେଇ ଏକ ଲିଖିତ ଅଭିଯୋଗ ପାତ୍ର ପ୍ରଦାନ କିରି ଥିଲେ ଏବଂ ତାଙ୍କ ଠାରୁ ରିସିବ କପି ନେଇଥିଲେ

