ରାଉରକେଲା:18//3,(ଉତ୍କଳ ସମାଚାର) ବନାଗ୍ନୀ ନିବାରଣ ନେଇ ସଚେତନତା କାର୍ଯ୍ୟକ୍ରମ ରାଉରକେଲା ବନଖଣ୍ଡ ପକ୍ଷରୁ ଡ଼ିଏଫଓ ଯଶବନ୍ତ ସେଠିଙ୍କ ନିର୍ଦ୍ଦେଶ କ୍ରମେ କୁଆଁରମୁଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି l ଏଥିରେ ହାଇସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ଚିତ୍ରରେଖା ଦେହୁରୀ ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଅଭିଭାଷାନ ପ୍ରଦାନ କରିଥିଲେ l ବରେଣ୍ୟଅତିଥି ଭାବେ କୁଆଁରମୁଣ୍ଡା ଫରେଷ୍ଟର ହେମାବତୀ ସାହୁ, ଫରେଷ୍ଟ ଗାର୍ଡ ସ୍ନେହାଞ୍ଜଳି, ସମାଜସେବୀ ରବୀନ୍ଦ୍ର କୁମାର ମହନ୍ତ, ଅମୁଲ୍ୟ କୁମାର ଜେନା, ୱାଇ.ଏମ.ଏଫ.ଆଇ ର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ପ୍ରମୁଖ ଯୋଗ ଦେଇ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ l ଜଙ୍ଗଲ ନିଆଁ ଯୋଗୁଁ ଜୈବ ବିବିଧତା ହ୍ରାସ ପାଇବା, ମୂର୍ତ୍ତିକା କ୍ଷୟ, ଜଳ ସଙ୍କଟ ଓ ବାୟୁ ପ୍ରଦୂଷଣ ଯୋଗୁଁ ମାନବ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଥାଏ l ଏଣୁ ଶୁଖିଲା ପତ୍ର ରେ ନିଆଁ ନଲଗାଇବା, ଯଦି କେଉଁଠି ବନାଗ୍ନୀ ଘଟେ ତାହାକୁ ଲିଭାଇବା ଓ ବନ ବିଭାଗକୁ ସୂଚନା ଦେବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ l ଏଥିନେଇ ସମସ୍ତେ ଶପଥ ପାଠ କରିଥିଲେ l ଏହାପରେ ସ୍କୁଲ ପରିସରରୁ ଶତାଧିକ ଛାତ୍ରୀ ଓ ଶିକ୍ଷୟିତ୍ରୀ ଏକ ଶୋଭାଯାତ୍ରା ରେ ସାମିଲ ହୋଇ ସ୍ଥାନୀୟ ଅଞ୍ଚଳ ପରିକ୍ରମା କରିଥିଲେ l

