ରାଉରକେଲା ୧୯/୩,(ଉତ୍କଳ ସମାଚାର) ସେକ୍ଟର-୨୦ ସ୍ଥିତ ରାଉରକେଲା କ୍ଳବଠାରେ ଓଡିଶା ପୋଲିସର ରେଞ୍ଜ ସ୍ତରୀୟ ସମ୍ମିଳନୀ “ପୀଡିତ କେନ୍ଦ୍ରିତ ତଦନ୍ତ” ବିଷୟକୁ ନେଇ ଅନୁଷ୍ଠିତ ହୋଇଯାଇଛି। ସିଏଡବ୍ଲୁ ଏବଂ ସିଡବ୍ଲୁ ସହଯୋଗରେ ଆୟୋଜିତ ଏହି ରେଞ୍ଜ ସ୍ତରୀୟ ସମ୍ମିଳନୀରେ ମହିଳା ଓ ଶିଶୁମାନଙ୍କ ବିରୁଦ୍ଧରେ ହେଉଥିବା ଅପରାଧକୁ ରୋକିବା ତଥା ଥାନା ସ୍ତରରେ କିପରି “ପୀଡିତ କେନ୍ଦ୍ରିକ ତଦନ୍ତ” କରାଯାଇ, ଏଥିରୁ ସେମାନଙ୍କୁ ନ୍ଯାୟ ଦିଆଯାଇପାରିବ, ଏହାକୁ ନେଇ ଏକ କର୍ମଶାଳା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ଯୋଗ ଦେଇଥିବା ଅତିଥିମାନଙ୍କ ମଧ୍ୟରେ ଓଡିଶା ପୋଲିସ ମହାନିର୍ଦ୍ଦେଶକ ଓ୍ବାଇ.ବି. ଖୁରାନିଆ, ଓଡିଶା ପୋଲିସର ଡିଜିପି, ସିଆଇଡି ସିବି,ବିନୟତୋଷ ମିଶ୍ର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲା ବେଳେ ଓଡିଶା ପୋଲିସର କ୍ରାଇମ୍ ଏଗନେଷ୍ଟ ଓମ୍ଯାନ ଏବଂ ଚାଇଲ୍ଡ ଓ୍ବେଲଫେୟାର ଅତିରିକ୍ତ ଡିଜିପି ଶ୍ରୀମତୀ ଏସ୍ ସ୍ଯାଇନି, ଉତ୍ତରପ୍ରଦେଶ ପୋଲିସର ପୂର୍ବତନ ଡିଜିପି (ଟ୍ରେନିଂ) ଶ୍ରୀମତୀ ତିଳୋତ୍ତମା ବର୍ମା, ପଶ୍ଚିମାଞ୍ଚଳ ରେଞ୍ଜ ପୋଲିସ୍ ଡିଆଇଜି ବ୍ରିଜେଶ କୁମାର ରାୟ, ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ଓ୍ବାଧଓ୍ବାନୀଙ୍କ ସମେତ ଓଡିଶା ଜାତୀୟ ଆଇନ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ସୋଲୋମନ୍ ଏଥେନା ଏବଂ ଆସିଷ୍ଟାଣ୍ଟ ପ୍ରଫେସର ଆୟୁଷି ଶ୍ରୀବାତ୍ସବ ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ। ନୂତନ ଅପରାଧିକ ଆଇନରେ ପୀଡ଼ିତାଙ୍କ ଅଧିକାର ଓ ସୁରକ୍ଷା ବ୍ୟବସ୍ଥା ତଥା ଦୁଷ୍କର୍ମ ମାମଲାରେ ପୀଡିତା କେନ୍ଦ୍ରିକ ତଦନ୍ତ ପଦ୍ଧତି, ପୀଡ଼ିତାଙ୍କୁ କ୍ଷତିପୂରଣ ଯୋଜନା ଓ ଆଇନ ସଚେତନତା ଉପରେ କର୍ମଶାଳା ଅନୁଷ୍ଠିତ ହେବା ସହ ପୋଲିସ ଅଧିକାରୀମାନେ ପୋଲିସ ଥାନାରେ କେତେ କମ ସମୟ ମଧ୍ୟରେ ସେମାନଙ୍କୁ ନ୍ଯାୟ ଦେଇ ଛାଡ଼ିଦେବେ, ସେ ବିଷୟରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପୋଲିସଙ୍କ କାର୍ଯ୍ୟକୁ ଅଧିକ ସମ୍ବେଦନଶୀଳ ଓ ପ୍ରଭାବଶାଳୀ କରିବ ବୋଲି ମତ ପ୍ରକାଶ କରିଥିଲେ।

