ଉମରକୋଟ,19//3,ରସିଂବାଘ (ଉତ୍କଳ ସମାଚାର):ଚୈତ୍ର ମାସ ଆରମ୍ଭ ହେବା ସହିତ ସବୁଠି ମା ଠାକୁରାଣୀଙ୍କ କଳସୀ ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର ଭାବେ ଆରମ୍ଭ ହୋଇଛି। ମାଙ୍କ ଆଗମନକୁ ସ୍ୱାଗତ କରିବା ପାଇଁ ଜନସାଧାରଣ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି।ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧୀନ ବେହେଡା ପଞ୍ଚାୟତ ସଦରରେ ଗ୍ରାମବାସୀମାନେ ଏକ ପ୍ରସ୍ତୁତି ବୈଠକର ଆୟୋଜନ କରିଥିଲେ। ଗ୍ରାମର ପୂଜାରୀ, ଦିଶାରୀ, ଭଦ୍ରବ୍ୟକ୍ତି ଓ ସମସ୍ତ ଜନସାଧାରଣ ଏହି ବୈଠକରେ ଯୋଗଦେଇ ଆସନ୍ତା କଳସୀ ଯାତ୍ରା ପାଇଁ ବିଭିନ୍ନ ପ୍ରସ୍ତୁତି ନେଇ ଆଲୋଚନା କରିଥିଲେ।ବୈଠକରେ କମିଟି ଗଠନ କରାଯାଇ ସଭାପତି ଭାବେ ବୀରନାଥ ଭତ୍ରା, ଉପ-ସଭାପତି ବସ ଭତ୍ରା, ସମ୍ପାଦକ ଶୁକନାଥ ଗଣ୍ଡ, ସହ-ସମ୍ପାଦକ ଲଛ ପୂଜାରୀ ଓ କୋଷାଧକ୍ଷ ଭାବେ ରବିନ୍ଦ୍ର ବାଘଙ୍କୁ ଚୟନ କରାଯାଇଛି। ଏହାସହ କମିଟି ସଦସ୍ୟ ଭାବେ ବାସୁ ଗଣ୍ଡ, ସୁଖରାମ ଗଣ୍ଡ, ସମାରୁ ପୂଜାରୀ, ସଗ୍ରାମ ଭତ୍ରା, ନିତ୍ୟା ଭତ୍ରା, ରତି ଗଣ୍ଡ, ଦୁଲସାଇ ଭତ୍ରା, ସମଦୁ ଗଣ୍ଡ, ରବି ଗଣ୍ଡ, ଜୟରାମ ଭତ୍ରା, ପଦମ ଭତ୍ରା, ମନହର ଭତ୍ରା, ଦଇତାରୀ ଭତ୍ରା, ବାବୁଲା ବାଘ, ବିଶୁନାଥ ଗଣ୍ଡ ଓ କାର୍ତ୍ତିକ କତୁଆଲ ପ୍ରମୁଖଙ୍କୁ ସାମିଲ କରାଯାଇଛି।କମିଟି ପକ୍ଷରୁ ମିଳିଥିବା ସୂଚନାନୁସାରେ, ମା ଠାକୁରାଣୀଙ୍କ ନବଦିନାତ୍ମକ ଯାତ୍ରା ଆସନ୍ତା ଏପ୍ରିଲ ୦୬ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୧୪ ତାରିଖରେ ଶେଷ ହେବ।ଏହି ଯାତ୍ରାକୁ ସୁସଂଘଟିତ ଓ ଭବ୍ୟ ଭାବରେ ପାଳନ କରିବା ପାଇଁ ଗ୍ରାମବାସୀମାନେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଥିବା ଦେଖାଯାଇଛି।

