ସମ୍ବଲପୁର,19//3,(ଉତ୍କଳ ସମାଚାର),(ସରୋଜ ସାହୁ):ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷଠାରେ ଶିଶୁ ସୁରକ୍ଷା ଏବଂ ‘ମିଶନ ବାତ୍ସଲ୍ୟ’ ଯୋଜନାର ସଫଳ ରୂପାୟନ ନେଇ ଏକ ଦିନିକିଆ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସମ୍ବଲପୁର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ସୁଚିସ୍ମିତା ପଟ୍ଟନାୟକ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ୟୁନିସେଫ୍ ର ଶିଶୁ ସୁରକ୍ଷା ପରାମର୍ଶଦାତା ଘସିରାମ ପଣ୍ଡା ମୁଖ୍ୟ ସମ୍ପାଦକ ଭାବେ ଯୋଗଦେଇ ‘ମିଶନ ବାତ୍ସଲ୍ୟ’ ଯୋଜନାର ବିଭିନ୍ନ ଦିଗ ଏବଂ ଶିଶୁମାନଙ୍କ ଅଧିକାର ସୁରକ୍ଷା କ୍ଷେତ୍ରରେ ଏହାର ଗୁରୁତ୍ୱ ଉପରେ ବିସ୍ତୃତ ଆଲୋଚନା କରିଥିଲେ।ଏହିଅବସରରେ ଜିଲ୍ଲା ସମାଜ କଳ୍ୟାଣ ଅଧିକାରୀ ସରୋଜା ବେହେରା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସଞ୍ଜୁକ୍ତା କୁଲ୍ଲୁ, ସୋସିଆଲ୍ ୱେଲଫେର ଅଫିସର ପ୍ରତିମା ତାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

