ସମ୍ବଲପୁର,19//3,(ଉତ୍କଳ ସମାଚାର),(ସରୋଜ ସାହୁ):ଓଡ଼ିଶା ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟ ର ପ୍ରତିଷ୍ଠାତା ସଦସ୍ୟ ତଥା ନ୍ୟାସନାଲ ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟସ୍ (ଇଣ୍ଡିଆ) ର ଦୀର୍ଘକାଳୀନ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ବରିଷ୍ଠ ସାମ୍ବାଦିକ ଦେବଦତ୍ତ ପଣ୍ଡାଙ୍କ ବୁଧବାର ଦିନ ୧ ଟା ୪୫ମି ସମୟରେ ପରଲୋକ ହୋଇଯାଇଛି। ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ହେତୁ ଏକ ଘରୋଇ ନର୍ସିଂହୋମରେ ଗତ ୮ ଦିନ ଧରି ଚିକିତ୍ସାଧୀନ ଥିଲେ I ଫଟୋ ସାମ୍ବାଦିକତାର ପ୍ରବାହକ
କେବଳ ସାମ୍ବାଦିକତା ନୁହେଁ, ବରଂ ଫଟୋଗ୍ରାଫି କ୍ଷେତ୍ରରେ ମଧ୍ୟ ସେ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ଥିଲେ। ‘ଷ୍ଟୁଡିଓ ମୁନଲାଇଟ୍’ ର ମାଲିକ ଭାବରେ ସେ ଅଞ୍ଚଳରେ ବେଶ୍ ପରିଚିତ ଥିଲେ। ପଶ୍ଚିମ ଓଡ଼ିଶାରେ ଫଟୋ ସାମ୍ବାଦିକତା ର ବିକାଶ ତାଙ୍କରି ହାତ ଧରି ହିଁ ଆରମ୍ଭ ହୋଇଥିଲା ବୋଲି କୁହାଯାଏ। ଓଡ଼ିଶା ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟସ୍ ତାଙ୍କର ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ସଂଗଠନ ପ୍ରତି ତାଙ୍କର ଅବଦାନକୁ ମନେ ପକାଇଛି। ତାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ସାମ୍ବାଦିକ ତଥା ବିଶିଷ୍ଟ ବ୍ୟକ୍ତିମାନେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ସେ ଗୋଟିଏ ପୁଅ, ଦୁଇ ଝିଅ, ପତ୍ନୀ, ନାତିନାତୁଣୀଙ୍କୁ ଛାଡ଼ି ଯାଇଛନ୍ତି। ସ୍ଥାନୀୟ ରାଜଘାଟ ରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିବା ବେଳେ ପୁତ୍ର ସନ୍ତକ ପଣ୍ଡା ମୁଖାଗ୍ନି ଦେଇଥିଲେ I

